Home ଓଡ଼ିଶା ଯୋଡା : ୧୪ତମ ପଞ୍ଚସଖା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଦେଓଝରକୁ ହରାଇ ଅଂଶକେଳା ଚମ୍ପିଆନ

ଯୋଡା : ୧୪ତମ ପଞ୍ଚସଖା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଦେଓଝରକୁ ହରାଇ ଅଂଶକେଳା ଚମ୍ପିଆନ

31

ଯୋଡା, ୨୮ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ବିରିକଳା ପଞ୍ଚାୟତ ବିଲେଇପଦାସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ପ୍ରାଃ ଲିଃର ଖେଳପଡିଆରେ ୪ ଦିନ ବ୍ୟାପି ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟଟିରେ ୨୮ନଂ ଜୋନର ଅଂଶେଇକଳା, ଦେଓଝର, କଣ୍ଡରା, ଚମକପୁର ଓ ବିରିକଳା ୫ଟି ପଞ୍ଚାୟତର ଫୁଟବଲ ଖେଳାଳୀମାନେ ଅଂଶଗ୍ରହଣ କରିଥିଲେ । ପ୍ରଥମ ସେମିଫାଇନାଲରେ ଅଂଶକେଇଳା ଓ କଣ୍ଡରା ଦଳ ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ ବିରିକଳା ଓ ଦେଓଝର ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଏଥିରେ ଅଂଶେଇକଳା ଓ ଦେଓଝର ଅନ୍ତିମ ପର୍ଯ୍ୟାୟକୁ ଉନ୍ନିତ ହୋଇଥିଲେ । ଅଂଶେଇକଳା ଓ ଦେଓଝର ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଖେଳର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇପାରିନଥିଲେ । ଶେଷରେ ପେନାଲ୍ଟି ସଟ୍‌ରେ ଅଂଶେଇକଳା ବିଜୟ ହାସଲ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟଟି ୨୦୦୪ ମସିହାରୁ ଅନୁଷ୍ଠିତ ହୋଇଆସୁଥିବା ବେଳେ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ଧରି ବନ୍ଦ ରହିଥିଲା । ତେଣୁ ଏହା ୧୪ତମ ପଞ୍ଚସଖା ଫୁଟବଲ ଟୁର୍ଣ୍ଣାମେଣ୍ଟ – ୨୦୨୧ ବୋଲି ନାମିତ କରାଯାଇଛି । ଏହି ଫୁଟବଲ ଖେଳର ଉଦ୍‌ଯାପତି ଦିବସରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଏହି ଖେଳରେ ଭାଗନେଇଥିବା ୫ଟି ଦଳର ସମସ୍ତ ଖେଳାଳିଙ୍କୁ ଜର୍ସି ପ୍ରଦାନ କରାଯାଇଥିବା ବେଳେ ଚିତାକର୍ଷଣ କ୍ରୀଡା ନୈପୂଣ୍ଣ୍ୟତା ପ୍ରଦର୍ଶନକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ପୁରଷ୍କୃତ କରାଯାଇଥିଲା । ଗୁରୁବାର ଉଦ୍‌ଯାପନୀ ଉତ୍ସବରେ ଖେଳ ଆରମ୍ଭ ସମୟରେ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଯୁବତୀମାନଙ୍କୁ ନେଇ ଗଠିତ ଏକ ଆଦିବାସୀ ନୃତ୍ୟ ସଂଗଠନ ତରଫରୁ ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ୧୨ ଜଣିଆ ସଂଗଠନର ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ ଦେଖଣାହାରୀଙ୍କୁ ବିମୋହିତ କରିଥିଲା । ଅନ୍ତିମ ଦିନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମ୍ପାନୀର ବରିଷ୍ଠ ସାଧାରଣ ସମ୍ପାଦକ ମଣିକାନ୍ତ ନାୟକ ଯୋଗଦେଇଥିବା ବେଳେ ସାମାଜିକ ଦାୟିତ୍ୱବୋଧ ଯୋଗଯୋଗର ବିଭାଗୀୟ ମୁଖ୍ୟ ରାଘବନ ସୋମନାଥ, ସାମାଜିକ ଦାୟିତ୍ୱବୋଧ ପରିଚାଳକ ତ୍ରିଲୋଚନ ପଲେଇ, ସାମାଜିକ ଦାୟିତ୍ୱବୋଧ ଅଧିକାରୀ ନିର୍ମଳ ମହାନ୍ତ, କର୍ପୋରେଟ ଯୋଗାଯୋଗ ଅଧିକାରୀ ରାଜେଶ ଦାସ, ଦେଓଝର ସରପଞ୍ଚ ମଙ୍ଗଲ ମୁଣ୍ଡା, ଦେଓଝର ପୂର୍ବତନ ସରପଞ୍ଚ ଜନାର୍ଦ୍ଦନ ନାଏକ, ଶ୍ରମିକ ସଂଘର ସଭାପତି ବଳବନ୍ତ ବେହେରା, ସମ୍ପାଦକ ବିଶ୍ୱନାଥ ସିଂ ଖୁଣ୍ଟିଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟଟିକୁ ଟାଟା କମ୍ପାନୀ ଆୟୋଜନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.