Home ଓଡ଼ିଶା ଯୋଡା : ଠିକାଦାରଙ୍କ ମନମୁଖି କାର୍ଯ୍ୟ, ୩ ଘଣ୍ଟା ଧରି ବସ୍ ଷ୍ଟାଣ୍ଡ-କଳାପାହାଡ ମୁଖ୍ୟ ରାସ୍ତା...

ଯୋଡା : ଠିକାଦାରଙ୍କ ମନମୁଖି କାର୍ଯ୍ୟ, ୩ ଘଣ୍ଟା ଧରି ବସ୍ ଷ୍ଟାଣ୍ଡ-କଳାପାହାଡ ମୁଖ୍ୟ ରାସ୍ତା ଅବରୋଧ

28

ଯୋଡା, ୨୮ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବସ୍ ଷ୍ଟାଣ୍ଡ ଠାରୁ କଳାପାହାଡ ବ୍ଲକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାର ଏମ୍‌ଏମ୍‌ଟିସି କଲୋନୀ ନିକଟରେ ବର୍ଷା ଦିନିଆ ପାଣି ରାସ୍ତା ଉପରେ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ପରେ ପୌରପାଳିକା ଏହି ରାସ୍ତାରେ ଛୋଟ ପୋଲ ନିର୍ମାଣର କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ତେବେ ସମ୍ପୃକ୍ତ ଠିକାଦାର ଜଣଙ୍କର ମନମୁଖି କାର୍ଯ୍ୟ ଏବଂ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଦୀର୍ଘ ୩ମାସ ହେବ ରାସ୍ତାଟି ଅଧାପନ୍ତରିଆ ଭାବେ ଖୋଳା ହୋଇ ପଡିରହିଛି । ଫଳରେ ଦୈନିକ ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଛୋଟ ବଡ ଯାନବାହାନ ଗୁଡିକ ଦୁର୍ଘଟଣାର ସମ୍ମୁଖିନ ହୋଇଥାନ୍ତି । ପୌରପାଳିକା କାର୍ଯ୍ୟଳୟ ଠାରୁ ଏହାମାତ୍ର ୨ମିଟର ଦୂରରେ ଅବସ୍ଥିତ ଥିବା ବେଳେ ପୌରପାଳିକାର ଏଥିପ୍ରତି ନିଘାନଥିବା ଲୋକେ ଅଭିଯୋଗ କରିଥିଲେ । ଗୁରୁବାର ସନ୍ଧ୍ୟାରେ ଏହି ସଂକୀର୍ଣ୍ଣ ରାସ୍ତା ଦେଇ ଏକ ବୋଲେରୋ ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀ ଜଣଙ୍କ ଗୁରୁତର ହୋଇପଡିଥିଲେ । ତେବେ ସମ୍ପୃକ୍ତ ବୋଲେରୋଟି ବାଇକ ଉପରେ ଚଢି ଖସି ପଳାଇବାକୁ ଚେଷ୍ଟା କରିଥିଲା । ପରେ ଲୋକେ ତାକୁ ବନେଇକଳା ଛକ ନିକଟରୁ କାବୁ କରିଥିଲେ ଏବଂ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏ ନେଇ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ଦୀର୍ଘ ୩ଘଣ୍ଟା ଧରି ରାସ୍ତାଟିକୁ ଅବରୋଧ କରିବା ସହ ରାସ୍ତା ଉପରେ ମାଟି ଢାଳି ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ଏହି ରାସ୍ତାଟିରେ ଅହରହ ଭାରିଯାନ ଗୁଡିକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ପୌରପାଳିକା ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ ଏବଂ ଠିକାଦାରଙ୍କୁ ଡକାଯାଇ ୧୫ଦିନ ମଧ୍ୟରେ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଜନସାଧାରଣଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.