Home ଓଡ଼ିଶା ଯୋଡା – ଲକ୍ ଡାଉନ ସମୟରେ ଅଯଥାରେ ବୁଲୁଥିବା ୨୬ ବାଇକ୍ ଜବତ

ଯୋଡା – ଲକ୍ ଡାଉନ ସମୟରେ ଅଯଥାରେ ବୁଲୁଥିବା ୨୬ ବାଇକ୍ ଜବତ

402

ଯୋଡା, ୩୦ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ସହରରେ ପୁଲିସ ପ୍ରଶାସନ ପକ୍ଷରୁ ଲକ୍ ଡାଉନ ଏବଂ ସାମାଜିତ ଦୂରତ୍ୱ ବଜାୟ ରଖିବା ପାଇଁ ସରକାରଙ୍କ ଆହ୍ୱାନକୁ କଡାକଡି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । କିଛି ଉତ୍‌ସୃଙ୍ଖଳିତ ଯୁବକ ଏହି କଟକଣାକୁ ନମାନି ସହର ମଧ୍ୟରେ ବିନା କାମରେ ପଇନ୍ତରା ମାରୁଥିବା ସମୟରେ ପୁଲିସ ସେମାନଙ୍କ ବାଇକ ଜବତ କରି ଥାନାକୁ ନେଇଯାଇଛି । ଯେଉଁମାନେ ବାଇକ ନେଇ ଜରୁରି କାର୍ଯ୍ୟରେ ଆସିଥିବା ପ୍ରମାଣିତ କରିଛନ୍ତି ସେମାନଙ୍କୁ ପୁଲିସ ପକ୍ଷରୁ ଛାଡିଦିଆଯାଉଥିବା ବେଳେ ଏହି ଉତ୍‌ସୃଙ୍ଖଳ ଯୁବକଙ୍କୁ ପୁଲିସ ଆଜି ପାନେ ଦେଇଛି । ଏହି ବାଇକ ଗୁଡିକୁ ଯୋଡା ବସ୍ ଷ୍ଟାଣ୍ଡ ଠାରୁ ଜବତ କରାଯାଇଥିବା ବେଳେ ସେଗୁଡିକୁ ଯୋଡା ଥାନାକୁ ସନ୍ଧ୍ୟା ସୁଦ୍ଧା ସ୍ତାନାନ୍ତରିତ କରାଯାଇଛି । ଗତ ଶନିବାର ଦିନ ମଧ୍ୟ ବସ୍ ଅନୁରୂପ ଭାବେ ୨୯ଟି ବାଇକ୍‌କୁ ପୁଲିସ ଜବତ କରିଥିଲା । ତେବେ ଏହି ଜବତ ବାଇକ ଗୁଡିକୁ ଲକ୍ ଡାଉନ ଉଠିବା ପରେ କାଗଜ ପତ୍ର ଯାଞ୍ଚ କରି ଫେରସ୍ତ କରିଦିଆଯିବ ବୋଲି ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.