Home ଓଡ଼ିଶା ଯୋଡା ସେଣ୍ଟ୍ରାଲ ମାଇନ ୱାର୍କସ ୟୁନିଅନ ନିର୍ବାଚନ ଫଳାଫଳ , ସଭାପତି ଭାବେ ସୁଧିର ଓ...

ଯୋଡା ସେଣ୍ଟ୍ରାଲ ମାଇନ ୱାର୍କସ ୟୁନିଅନ ନିର୍ବାଚନ ଫଳାଫଳ , ସଭାପତି ଭାବେ ସୁଧିର ଓ ସମ୍ପାଦକ ଭାବେ ଉତ୍ତମ ପାନ ହେଲେ ବିଜୟୀ

88

ାା ଯୋଡା, ୩୦/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ବୁଧବାର ଅପରାହ୍ନରେ ଟାଟା ଷ୍ଟିଲ ଅଧିନ ଯୋଡା ସେଣ୍ଟ୍ରାଲ ମାଇନ ୱାର୍କସ ୟୁନିଅନ ର ନିର୍ବାଚନ ଅନୁଷ୍ଠିତ ହୋଇ ଆଜି ତାହାର ଫଳାଫଳ ଘୋଷଣା କରାଯାଇଛି । ମୋଟ ୮୯ ଜଣ ସେମାନଙ୍କ ଭୋଟ ପ୍ରଦାନ କରିଥିବା ବେଳେ ସୁଧିର କୁମାର ଗିରି ସଭାପତି ଭାବେ ମନୋନୀତ ହୋଇଛନ୍ତି । ଉପସଭାପତି ଲଳିତ କିଶୋର ନାଏକ, ସନ୍ତୋଷ ଓରାମ, ସାଧାରଣ ସମ୍ପାଦକ ଭାବେ ଉତ୍ତମ କୁମାର ଜେନା, ଯୁଗ୍ମ ସମ୍ପାଦକ ଭାବେ ସନ୍ଦିପ ପ୍ରଧାନ, ସହକାରୀ ସମ୍ପାଦକ ସ୍ୟାମସୁନ୍ଦର ଦାସ, ସଂଗଠକ ସମ୍ପାଦକ ଭାବେ ଧିରେନ ସଏ, ଭମସେନ ପାତ୍ର, କୋଷାଧ୍ୟକ୍ଷ ଭାବେ ସସ୍ମିତା ଚାଟାର୍ଜୀ ନିର୍ବାଚିତ ହୋଇଥିବା ଜଣାପଡିଛି । ସଭାପତି ପଦବୀ ପାଇଁ ତିନି ଜଣ ପ୍ରତିଯୋଗୀତା କରୁଥିବା ବେଳେ ବସନ୍ତ କୁମାର ସେଠୀ ୧୨ ଖଣ୍ଡ, ଖଗପତୀ ମଣ୍ଡଲ ୩୨ ଖଣ୍ଡ ଭୋଟ ପାଇ ପରଜାୟ ବରଣ କରିଛନ୍ତି । ଉପସଭାପତି ର ୨ଟି ପଦବୀ ପାଇଁ ୪ଜଣ ପ୍ରତିଯୋଗୀତା କରୁଥିବା ବେଳେ ସନ୍ତୋଷ ସୁନାନୀ ୩୫ ଖଣ୍ଡ , ରବିନ୍ଦ୍ର କୁମାର ବାରିକ୍ ୩୭ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ । ଯୁଗ୍ମ ସମ୍ପାଦକ ଭାବେ ଉତ୍ତମ କୁମାର ଦାସ ୪୦ ଖଣ୍ଡ ଭୋଟ ପାଇ ଉତ୍ତମ କୁମାର ଜେନାଙ୍କ ଠାରୁ ୯ଖଣ୍ଡ ଭୋଟରେ ପରାଜୟ ବରଣ କରିଛନ୍ତି । ଯୁଗ୍ମ ସମ୍ପାଦକ ଭାବେ ପ୍ରବୀର ମହାପାତ୍ର ୪୦ ଖଣ୍ଡ ଭୋଟ ପାଇ ୮ ଖଣ୍ଡ ଭୋଟ ବ୍ୟବଧାନରେ ସନ୍ଦିପ ପ୍ରଧାନଙ୍କ ଠାରୁ ପରାଜୟ ବରଣ କରିଛନ୍ତି । ସହକାରୀ ସମ୍ପଦକ ଭାବେ ମନୋରଞ୍ଜନ ପାତ୍ର ୩୯ ଖଣ୍ଡ ଭୋଟ ପାଇ ସ୍ୟାମସୁନ୍ଦର ଦାସଙ୍କ ଠାରୁ ୧୧ ଖଣ୍ଡ ଭୋଟରେ ପରାଜୟ ବରଣ କରିଥିଲେ । ସଂଗଠକ ସମ୍ପାଦକ ଭାବେ ୨ଟି ପଦବୀ ରହିଥିବା ବେଳେ ଗୋଟିଏ ପଦବୀରେ ବୁଦ୍ଧୁରାମ ହାଇବୁରୁ ୩୮ ଖଣ୍ଡ ଭୋଟ ଏବଂ ରଘୁନାଥ ସର୍ଦାର ୪୧ ଖଣ୍ଡ ଭୋଟ ପାଇଁ ପରାଜୟ ବରଣ କରିଛନ୍ତି । କୋଷାଧ୍ୟକ୍ଷ ଭାବେ ମଦନ ବାରିକ୍ ୪୦ ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଧି ସସ୍ମିତା ଚାଟାର୍ଜୀଙ୍କ ଠାରୁ ୪ ଖଣ୍ଡ ଭୋଟରେ ପରାଜୟ ବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.