Home ଜିଲ୍ଲା ପରିକ୍ରମା ଯାଜପୁରରେ ବିଶ୍ୱ ମିତବ୍ୟୟିତା ଦିବସ ସଚେତନତା ଶୋଭାଯାତ୍ରା

ଯାଜପୁରରେ ବିଶ୍ୱ ମିତବ୍ୟୟିତା ଦିବସ ସଚେତନତା ଶୋଭାଯାତ୍ରା

72

ଯାଜପୁର୩୦ା୧୦(ଓଡିଆ ପୁଅ) ଯାଜପୁରରେ ବିଶ୍ୱ ମିତବ୍ୟୟିତା ଦିବସ ସଚେତନତା ଶୋଭାଯାତ୍ରା ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପତାକା ଦେଖାଇ ଏହି ସଚେତନତା ଶୋଭାଯାତ୍ରାକୁ ଊଦ୍‌ଘାଟନ କରିଥିଲେ ।  ଜିଲ୍ଲା ସ୍କୁଲର ଚ୍ଥାତ୍ର ଚ୍ଥାତ୍ରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ ଓ ପରେ ସେମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଚ୍ଥାତ୍ର ଚ୍ଥାତ୍ରୀ ମାନେ ସଞ୍ଚୟ ପ୍ରତି ଆଗ୍ରହ ବଢାଇବାର ବିଭିନ୍ନ ସ୍ଳୋଗାନ ଦେଇଥିଲେ ।  ଏହି ମତବ୍ୟୟିତା ଦିବସର ମୂଳ ଲକ୍ଷ୍ୟ ହେଲା ସଞ୍ଚୟକୁ ପ୍ରାଧାନ୍ୟ ଦେଲେ ଆମ ଭବିଷ୍ୟତ ସୁରକ୍ଷିତ ଓ ସୁନ୍ଦର ହୋଇପାରିବ ।  ଖାଦ୍ୟ, ବସ୍ତ୍ର, ଆଶ୍ରୟ, ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ପରେ ଅଯଥା ବ୍ୟୟ ନ କରି ସଞ୍ଚୟ କରନ୍ତୁ ।   ଅନ୍ୟ ମାନଙ୍କ ମଧ୍ୟରେ ସ୍ୱଳ୍ପ ସଞ୍ଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀ ପ୍ରଭାତ କୁମାର ପଣ୍ଡା, ଶିକ୍ଷକ ଜୟୀଋଦ୍ଦିନ ଖାଁ, ନିରଂଜନ ସାମଲ ପ୍ରମୁଖ ଏଥିରେ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।  ଜିଲ୍ଲା ସ୍କୁଲର ଏନ୍‌.ସି.ସି. ଚ୍ଥାତ୍ର ଚ୍ଥାତ୍ରୀ ଓ ଅନ୍ୟାନ୍ୟ ଚ୍ଥାତ୍ର ଚ୍ଥାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସହର ପରିକ୍ରମା କରିଥିଲେ ।B.N.Patri

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.