Home ଓଡ଼ିଶା ଆସନ୍ତାକାଲି ବିଜେପିର ଗାନ୍ଧୀ ସଂଙ୍କଳ୍ପ ଯାତ୍ରା, ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ବିଜେପିର ଗାନ୍ଧୀ ସଂଙ୍କଳ୍ପ ଯାତ୍ରା, ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ

103

ଭୁବନେଶ୍ୱର,୩୦/୧୦,(ଓଡ଼ିଆ ପୁଅ ପି ନାୟକ):ଆସନ୍ତାକାଲି ପୁରୀ ଜିଲ୍ଲା ବ୍ରହ୍ମଗିରୀ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରାହ୍ନ ୨.୩୦ରେ ବ୍ରହ୍ମଗିରୀ ବଜାରରେ ପହଂଚି ସଂକଳ୍ପ ଯାତ୍ରାରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟି ତରଫରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି ।  ପ୍ଲାଷ୍ଟିକ୍ ମୁକ୍ତ ଭାରତ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.