Home କେନ୍ଦୁଝର ଯୋଡା : ସାମାନ୍ୟ କଳିରୁ ହଣାକଟା

ଯୋଡା : ସାମାନ୍ୟ କଳିରୁ ହଣାକଟା

60

ଯୋଡା, ୧୧ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯେଡା ଥାନା ଅନ୍ତର୍ଗତ ଉପର ହୁଡ଼ିସାହି ଠାରେ ପାଣି କଳରେ ପ୍ରଥମେ ବଚସା ଓ ପରେ ହଣାକଟା ଘଟଣା ଘଟିଛି । ଏହାକୁ ନେଇ ଶତାଧିକ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଘଟଣା ସମ୍ପର୍କରେ ମହିଳାମାନେ କହିଛନ୍ତି ଯେ, ହୁଡିସାହି ଠାରେ ରହୁଥିବା ଦୁର୍ଗା ରାମଙ୍କ ପରିବାରବର୍ଗ ସଙ୍ଘବଦ୍ଧ ହୋଇ ସାହିର ରାଜେନ ମହାକୁଡ଼ ଓ ତ୍ରିନାଥ ମହାକୁଡ଼ଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରି ପକାଇଥିଲେ । ପୋଲିସ ଖବର ପାଇ ଆହତଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏ ନେଇ ହୁଡ଼ିସାହି ବସ୍ତିର ମହିଳାମାନେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଞ୍ଚଳର ମିନା ଦାସ କହିଛନ୍ତି ଯେ, ସେ ଏବଂ ତାଙ୍କ ମାଆ କୈକେୟୀ ମହାକୁଡ଼ଙ୍କୁ ମଧ୍ୟ ସେମାନେ ମାଡ଼ ମାରିଥିଲେ । ଶନିବାର କଳରୁ ପାଣି ନେବା ସ୍ଥାନରେ ଦୁର୍ଗା ରାମଙ୍କ ପରିବାର ଲୋକେ ବସ୍ତିବାସିନ୍ଦାଙ୍କୁ କଟୁ ମନ୍ତବ୍ୟ ଦେଇଥିଲେ । ଏଥିରୁ ବିବାଦର ସୂତ୍ରପାତ ହୋଇଥିଲା । ରବିବାର ଏହା ଉଗ୍ର ଋପ ନେଇଥିଲା। କଥା ହଣାକଟା ପର‌୍ୟ୍ୟନ୍ତ ଯାଇଥିଲା। ଆହତ ମାନେ ଟୀଟା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.