Home ଓଡ଼ିଶା ଯୋଡା : ଟାଟା ଷ୍ଟିଲ ପକ୍ଷରୁ କରୋନାର ମୁକାବିଲା ପାଇଁ ଯୋଡ଼ାଠାରେ ଗୋଷ୍ଠୀ ଟିକାକରଣ ଅଭିଯାନ

ଯୋଡା : ଟାଟା ଷ୍ଟିଲ ପକ୍ଷରୁ କରୋନାର ମୁକାବିଲା ପାଇଁ ଯୋଡ଼ାଠାରେ ଗୋଷ୍ଠୀ ଟିକାକରଣ ଅଭିଯାନ

24

ଯୋଡା, ୧୧ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ମହାମାରୀର ବିପଦକୁ ପ୍ରତିହତ କରିବା ଓ ଯୋଡ଼ା ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌, ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ କେନ୍ଦୁଝଲ ଜିଲ୍ଲା ପ୍ରଶାସନ ସହଭାଗିତାରେ ଯୋଡ଼ାଠାରେ ଗୋଷ୍ଠୀ ଟିକାକରଣ ଅଭିଯାନ ଆରମ୍ଭ କରିଛି । ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ନିକଟରେ ଅବସ୍ଥିତ ଟାଟା ଷ୍ଟିଲ ଯୋଡ଼ା ପଶ୍ଚିମ ପ୍ରେକ୍ଷାଳୟରେ ଶୁକ୍ରବାର ଦିନ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଟାଟା ଷ୍ଟିଲ ଫାଉଣ୍ଡେସନ୍ ଓ ଟାଟା ଷ୍ଟିଲ ମେଡ଼ିକାଲ ସର୍ଭିସେସ୍ ର ମିଳିତ ଉଦ୍ୟମରେ ପରିଚାଳିତ ଏହି ଟିକାକରଣ ଅଭିଯାନ, ନାଗରିକମାନଙ୍କୁ ଟିକାକରଣ ମାଧ୍ୟମରେ ଦେଶରେ ମହାମାରୀରର ଭୟାବହତା ଦୂର କରିବା ଦିଗରେ ଏକ ପ୍ର୍ରୟାସ । ଗୋଷ୍ଠୀ ଟିକାକରଣ ଅଭିଯାନ ମାଧ୍ୟମରେ ଯୋଡ଼ାଠାରେ ଟିକାକରଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚବା ପରେ ଏହାକୁ ଗ୍ରାମ ଓ ଗ୍ରାମୀଣ ଅଞ୍ଚଳରେ ଅବସ୍ଥିତ ସାହିଗୁଡ଼ିକ ସଂପ୍ରସାରିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ କେବଳ ଯୋଡ଼ା ପଶ୍ଚିମ ପ୍ରେକ୍ଷାଳୟରେ ଗୋଷ୍ଠୀ ଟିକାକରଣ କାର୍ଯ୍ୟ ଜାରି ରହିଥିବାବେଳେ ନିକଟ ଭବିଷ୍ୟତରେ ଟିକାକରଣ ଅଭିଯାନ ନିମନ୍ତେ ଆହୁରି ୩ଟି କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୬୫ଟି ଟିକା ପ୍ରଦାନ କରାଯାଇସାରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଜ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ନେଟଓା୍ୱର୍କ ଜରିଆରେ ଲୋକଙ୍କୁ ଏକଜୁଟ କରିବା ଓ ସଚେତନତା ଅଧିବେସନ ଆୟୋଜନ ସହିତ କରୋନା ସମ୍ପର୍କିତ ତଥ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହ ମିଶି କାର୍ଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.