Home ଓଡ଼ିଶା ଯୋଡା : ସାବିତ୍ରୀ ପରେ ଏବେ ରଜ ଭିଡ, ୪ ଲୁଗା ଦୋକାନ ସିଲ୍‌, ୪୦...

ଯୋଡା : ସାବିତ୍ରୀ ପରେ ଏବେ ରଜ ଭିଡ, ୪ ଲୁଗା ଦୋକାନ ସିଲ୍‌, ୪୦ ହଜାର ଜୋରିମାନା ଆଦାୟ

51

ଯୋଡା, ୧୧ା୬(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସାବିତ୍ରୀ ଓସା ପରେ ଏବେ ରଜ ଭିଡ ଯୋଡା ସହରରେ ଦେଖିବାକୁ ମିଳିଛି । କରୋନା ସଂକ୍ରମଣକୁ ଭୃକ୍ଷେପ ନକରି ଲୋକେ ରାସ୍ତା ଘାଟରେ ଭିଡ ଜମାଇବା ସହ ବିଭିନ୍ନ ଲୁଗା ଦୋକାନରେ ମଧ୍ୟ ଭିଡ ଜମାଉଥିବା ଦେଖିବାକୁ ମିଳିଛି । ଫଳରେ ଯୋଡା ପୌରପାଳିକା ଏବଂ ଆରକ୍ଷୀ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇ ବୁଧବାର ଦିନ ୪ଟି ଲୁଗା ଦୋକାନ, ୩ଟି ଫଳ ଦୋକାନରୁ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ୭ଦିନ ପାଇଁ ସିଲ୍ କରିଦିଆଯାଇଥିଲା । ତେବେ ଶୁକ୍ରବାର ଦିନ ଅନୁରୂପ ୪ଟି ଲୁଗା ଦୋକାନ ଉପରେ ଚଢୋଉ କରାଯାଇ ସେଗୁଡିକ ୭ଦିନ ପାଇଁ ସିଲ୍ କରାଯିବା ସହ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଦୋକାନ ଗୁଡିକ ହେଲା ଯୋଡା ବଜାରରେ ଥିବା ଶ୍ରୀ ଗଣେଷ ଷ୍ଟାଇଲ ଲୁଗା ଦୋକାନକୁ ୩୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ସାଇ ଏଣ୍ଡ ଶ୍ରୀୟା ଗାରମେଣ୍ଟସ୍ ଲୁଗା ଦୋକାନକୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଯୋଡା ବଜାରରେ ଥିବା ବଦୃ କ୍ଲଥ ଷ୍ଟୋର ଏବଂ ଧରଣୀଧର ଛକରେ ଥିବା ବିଗ-ଭି ୨ଟି ଲୁଗା ଦୋକାନର କର୍ମଚାରୀମାନେ ଅଧିକାରୀଙ୍କୁ ଦେଖି ଘଟଣା ସ୍ଥଳରୁ ଦୌଡି ପଳାଇଥିବା ବେଳେ ଦୋକାନ ୨ଟିକୁ ସିଲ୍ କରାଯାଇଛି । ସେମାନଙ୍କୁ ମଧ୍ୟ ଅନୁରୂପ ଜୋରିମାନା କରାଯିବ ବୋଲି ପୌରନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.