Home ଓଡ଼ିଶା ଯୋଡା ସହରରେ ମୌଳିକ ସୁବିଧା ପ୍ରଦାନ ନିମନ୍ତେ ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ଧାରଣା...

ଯୋଡା ସହରରେ ମୌଳିକ ସୁବିଧା ପ୍ରଦାନ ନିମନ୍ତେ ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ଧାରଣା ଆରମ୍ଭ

130

ଯୋଡା, ୦୧ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଏକ ରତ୍ନଗର୍ଭା ଖଣି ପ୍ରବଣ ଅଞ୍ଚଳ । ଏ ଅଞ୍ଚଳର ଖଣି ରାଜସ୍ୱରେ ସମଗ୍ର ରାଜ୍ୟ ରାଜକୋଶ ପରିପୃଷ୍ଠ । କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ସତ୍ୱେ ଯୋଡା ସହର ଚିରଅବହେଳିତ ହୋଇ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧା କ୍ଷେତ୍ରରେ ମଧ୍ୟ ଜାଣି ଶୁଣି ଯୋଡାକୁ ଅବହେଳା କରାଯାଇଆସୁଅଛି । ଏହାର ପ୍ରତିବାଦରେ ଯୋଡା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ୭ ଦଫା ଦାବି ନେଇ ସୋମବାର ଠାରୁ ଯୋଡା ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦିଆଯାଇଛି । ଏଥିରେ ଯୋଡା ସହରର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ, ମହିଳା ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀକ ଅନୁଷ୍ଠାନ, ଯୋଡା ଟ୍ରକ ମାଲିକ ସଂଘ ଓ କାର୍ଯ୍ୟରତ ସାମ୍ବାଦିକ ଗଣ ପୂର୍ଣ୍ଣମାତ୍ରାରେ ସହଯୋଗର ହାତ ବଢାଇଛନ୍ତି । ନାଗରିକ ମଞ୍ଚ ପକ୍ଷରୁ ୭ ଦାଫି ଗୁଡିକ ହେଲା ଯୋଡା ସହର ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ-୨ ର ରଣାଶାଳ ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ରାସ୍ତାର ନବୀକରଣ ଓ ପ୍ରସସ୍ଥିକରଣ କାର୍ଯ୍ୟ ତୁରନ୍ତ ଶେଷ କରିବା । ମନ୍ଥରଗତୀରେ ଚାଲୁଥିବା ୫୨୦ ନଂ ଜାତୀୟ ରାଜପଥର କାର୍ଯ୍ୟ ତ୍ୱରାନ୍ୱୀତ କରିବା । ବହୁପ୍ରତୀକ୍ଷିତ ରଣାଶାଳ ଘାଟି ଠାରୁ ବାଂଶପାଣି ପର୍ଯ୍ୟନ୍ତ ୨୦୧୧ରେ ପ୍ରସ୍ତାବିତ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳିନ ଭିକ୍ସିିରେ ସାମାପ୍ତ କରିବା । ଗଛରେ ପତ୍ର ହଲିଲେ ବିଜୁଳି କାଟ ଏହି ଘନ ଘନ ବିଜୁଳିକାଟର ତୁରନ୍ତ ପ୍ରତିକାର । ଯୋଡା ସହରକୁ ସ୍ୱଚ୍ଛ, ପର୍ଯ୍ୟାପ୍ତ ଓ ନିୟମିତ ଜଳ ଯୋଗାଣର ସୁବ୍ୟବସ୍ଥା କରିବା । କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ଏକ ସାଧାରଣ ମହାବିଦ୍ୟାଳୟ ଓ ବୈଶୟିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରମୁଖ ଦାବି ରହିଛି । ଏହି ଦାବି ଗୁଡିକ ସରକାର ତୁରନ୍ତ ପୂରଣ ନକଲେ ଏହି ଧାରଣାକୁ ଅବ୍ୟାହତ ରଖାଯିବା ସହିତ ବ୍ୟାପକ କରାଯିବାକୁ ନାଗରୀକ ମଞ୍ଚର ଜଣେ ବରିଷ୍ଠ କର୍ମକର୍ତ୍ତା ଶିରିଶ ଚନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.