Home ଓଡ଼ିଶା ଯୋଡା : ଯୋଡା ମହିଳା ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ଯୋଡା : ଯୋଡା ମହିଳା ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

29

ଯୋଡା, ୧ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ମହିଳା ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ଡିସେମ୍ବର ୧ ତାରିଖରେ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ମହାବିଦ୍ୟାଳୟର ରେଡ ରିବନ କ୍ଲବ ପକ୍ଷରୁ ଛାତ୍ରୀମାନେ କଲେଜ ଫାଟକ ସମ୍ମୁଖରେ ରହି ସାଧାରଣ ଜନତାଙ୍କୁ ରେଡ ରିବନ ବାନ୍ଧି ଦୁଃସାଧ୍ୟ ଏଡ୍‌ସ ରୋଗ ବିଷୟରେ ସଚେତନ କରିଥିଲେ। ପରେ ଛାତ୍ରୀମାନଙ୍କ ମଧ୍ୟରେ ଏଡ୍‌ସ ସଚେତନତା ସଭା ମହାବିଦ୍ୟାଳୟର ସଭା କକ୍ଷରେ ଆୟୋଜିତ ହୋଇଥିଲା। ସେଥିରେ ଯୋଡା ମହାବିଦ୍ୟାଳୟର +୩ ଶାଖା ତରଫରୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କଳ୍ପନା ଶତପଥି ଓ +୨ ଶାଖା ତରଫରୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚନ୍ଦନ କୁମାର ବାରିକ୍ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଏଡ୍ସ ବିଷୟରେ ସଚେତନ କରାଇବା ସହିତ ପରିଜନ ମାନଙ୍କୁ ଏଡ୍ସ ବିଷୟରେ ସଚେତନ କରାଇବା ପାଇଁ ଆହ୍ୱାନ ଦେଇଥିଲେ। ମହିଳା ଓ ଝିଅମାନେ ଏଡ୍ସ ବିଷୟରେ ସଚେତନ ହେଲେ ଏଡ୍ସକୁ ଅଧିକ ସଫଳ ଭାବରେ ରୋକାଯାଇପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଏହି ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡାକ୍ତର ମୃଦୁଳା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ +୩ ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ପବିତ୍ର ମୋହନ କର ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। +୨ ଶାଖାର ଯୁବ ରେଡକ୍ରସ କାଉନସିଲର ଅଧ୍ୟାପିକା ଐଶୁର୍ଯ୍ୟାମୟୀ ପାତ୍ର ସଭା ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀମାନଙ୍କ ଦ୍ୱାରା ଏଡ୍‌ସ ଉପରେ ଏକ ସଚେତନତା ନାଟକ ପରିବେଷଣ କରାଯାଇଥିଲା। ଏଡ୍‌ସ ସମ୍ପର୍କିତ ସଚେତନତା ଉପରେ ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ଏହାକୁ ଅଧ୍ୟାପିକା ସୁମନ ପ୍ରଭା ତିର୍କୀ ପରିଚାଳନା କରିଥିଲେ। ଏଡ୍‌ସ ସଚେତନତା ଉପରେ ଉଭୟ +୨ ଓ +୩ ଛାତ୍ରୀମାନଙ୍କ ମଧ୍ୟରେ ଅଲଗା ଅଲଗା ଓଡିଆ ଓ ଇଂରାଜୀରେ ପ୍ରବନ୍ଧ ଲେଖନ, ବକ୍ତୃତା, ପୋଷ୍ଟର ତିଆରି, କ୍ୱୀଜ, ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇ ୪୫ ଜଣ କୃତୀ ପ୍ରତିଯୋଗୀକୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.