Home ଓଡ଼ିଶା ଯୋଡା : ଆରପାରିକୁ ଚାଲିଗଲେ ୮ନଂ ୱାର୍ଡ ପାରିଷଦ ଜୟରାମ ନାଏକ

ଯୋଡା : ଆରପାରିକୁ ଚାଲିଗଲେ ୮ନଂ ୱାର୍ଡ ପାରିଷଦ ଜୟରାମ ନାଏକ

41

ଯୋଡା, ୧ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଯୋଡା ପୌରପାଳିକା ୮ନଂ ୱାର୍ଡର ପାରିଷଦ ଜୟରାମ ନାଏକ। ସେ ଦୀର୍ଘ ଦିନରୁ ଅଗ୍ନାଶୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରଥମ ଭୁବନେଶ୍ୱରସ୍ଥିତ କିମ୍ସ ଓ ପରେ ଆର୍ôଥକ ଅଭାବ ଯୋଗୁଁ କଟକସ୍ଥିତ ଏସ୍‌ସିବି ସରକାରୀ ଡାକ୍ତରଖାନାରେ ଚିକିତ୍ସତ ହେଉଥିଲେ। ଗତ ୧୨ ତାରିଖରେ ଏସସିବିରେ ତାଙ୍କର ଅସ୍ତ୍ରପ୍ରଚାର ହୋଇଥିଲା। ଅସ୍ତ୍ରପ୍ରଚାର ପରେ ତାଙ୍କର ଏକାଧିକ ଅଙ୍ଗ ଅଚଳ ହେବାରେ ଲାଗିଲା। ତେବେ ଗୁରୁବାର ଅପରାହ୍ନ ୪ଟା ସମୟରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସମଗ୍ର ଯୋଡା ସହରରେ ଶୋକର ଛାୟା ଖେଳିଯାଇଛି। ଯୋଡା ପୌରାଧ୍ୟକ୍ଷ ଡା. ଜଗଦିଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର ଏବଂ ଅନ୍ୟ ପାରିଷଦ ବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସନ୍ଧ୍ୟାରେ ତାଙ୍କର ମୃତ ଦେହ ଯୋଡା ବସ୍ତିସ୍ଥିତ ବାସଭବନରେ ପହଞ୍ଚିବା ପରେ ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ଜନସାଧାରଣଙ୍କର ଭିଡ ଜମିଥିଲା। ସେ ଜଣେ ଶିକ୍ଷୀତ, ମିଷ୍ଟ ଭାଷି, ମେଳାପି ଆଦିବାସୀ ଯୁବକ ହୋଇଥିବା ବେଳେ ତାଙ୍କର ନେତୃତ୍ୱ ଅନେକ ସମୟରେ ଆଦିବାସୀମାନଙ୍କୁ ଦିଶା ପ୍ରଦର୍ଶନ କରିଥାଏ। ତାଙ୍କର ଏହି ମୃତ୍ୟୁରେ ସମଗ୍ର ଯୋଡା ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଘର ଯୋଡା ଭୂୟାଁ ବସ୍ତିରେ ଶୋକାକୂଳ ପରିବାର ବର୍ଗ ଉପସ୍ଥିତ ରହି ତାଙ୍କର ଶେଷକୃତ ସମ୍ପାଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.