Home କେନ୍ଦୁଝର ଯୋଡା : ଯୋଡା ବ୍ଲକର ତିନୋଟି ଜିଲ୍ଲା ପରିଷଦ ଜୋନରୁ ୨ଟି ବିଜେଡି ୧ଟି ବିଜେପି

ଯୋଡା : ଯୋଡା ବ୍ଲକର ତିନୋଟି ଜିଲ୍ଲା ପରିଷଦ ଜୋନରୁ ୨ଟି ବିଜେଡି ୧ଟି ବିଜେପି

70

ଯୋଡା, ୧ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ବ୍ଲକ ଅଧିନରେ ୨୬, ୨୭ ଓ ୨୮ ତିନୋଟି ଜିଲା ପରିଷଦ ଜୋନ ରହିଛି। ସେଥି ମଧ୍ୟରୁ ୨୬ ଓ ୨୭ନଂ ୨ଟି ଜୋନ ବିଜେଡି ହାତକୁ ଯାଇଥିବା ୨୮ନଂ ଜୋନଟି ବିଜେପି ହାତକୁ ଯାଇଥିବା ଜଣାପଡିଛି। ୨୬ନଂ ଜୋନରେ ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ଶଶିକାନ୍ତ ଖିଲାର ଏବଂ ନିକଟତମ ପ୍ରତିଦ୍ୱନ୍ଦୀ ବସନ୍ତ କୁମାର ଗିରିଙ୍କ ସହ ମୁକାବିଲା ଦେଖିବାକୁ ମିଳିଥିଲା। ଶଶିକାନ୍ତ ୭୩୨୯ ଖଣ୍ଡ ଭୋଟ ପାଇଥିବା ବେଳେ ବସନ୍ତ କୁମାର ଗିରି ୩୫୧୫ ଖଣ୍ଡ ଭୋଟ ପାଇ ୩୮୧୪ ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ। ୨୭ନଂ ଜୋନରେ ବିଜେଡିର ସୁକୁମାରୀ ଦେହୁରୀ ଏବଂ ବିଜେପିର ବନ୍ଦିତା ହାସଦାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା। ସୁକୁମାରୀ ଦେହୁରୀ ୨୦୦୯୩ ଖଣ୍ଡ ଭୋଟ ପାଇଥିବା ବେଳେ ବନ୍ଦିତା ୩୩୯୬ଖଣ୍ଡ ଭୋଟ ପାଇଥିଲେ। ସୁକୁମାରୀ ୧୬୬୯୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ଜଣାପଡିଛି। ସେହିପରି ୨୮ନଂ ଜୋନରେ ବିଜେପିର ଡମ୍ବରୁଧର କୁଦାଦାଃ ବିଜୟ ହାସଲ କରିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଦିଲ୍ଲୀପ ନାଏକ ୨୦୧ ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ। ଡମ୍ବରୁଧର ୮୮୨୪ ଖଣ୍ଡ ଭୋଟ ପାଇଥିବା ବେଳେ ଦିଲ୍ଲୀପ ୮୬୨୩ଖଣ୍ଡ ଭୋଟ ପାଇଥିଲେ।
ସେହିପରି ଏହି ଖଣି ପ୍ରବଣ ପଞ୍ଚାୟତଟିରେ ସନା-ମୀନା ମଧ୍ୟରେ ଲଢେଇ ଜୋରଦାର ଦେଖିବାକୁ ମିଳିଥିଲା। ୧୯ଟି ଯାକ ପଞ୍ଚାୟତରେ ପୂର୍ବତନ ବିଧାୟକ ସନାତନ ମହାକୁଡ ଏବଂ ବିଧାୟୀକା ମିନାକ୍ଷୀ ମହାନ୍ତ ଉଭୟ ବିଜେଡି ଦଳ ପକ୍ଷରୁ ପୃଥକ ସମର୍ôଥତ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି – ବିଜେଡି ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ୧୯ଟି ସରପଞ୍ଚ ପ୍ରାର୍ଥୀ ମଧ୍ୟରୁ ସନାତନଙ୍କ ସମର୍ôଥତ ୧୨ଜଣ ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ ମିନାକ୍ଷୀଙ୍କ ୭ଜଣ ସରପଞ୍ଚ ପ୍ରର୍ଥୀ ବିଜୟ ହାସଲ କରିଥିବା ଜଣାପଡିଛି। କାରାଖେଣ୍ଡରା ପଞ୍ଚାୟତରୁ ସୁବାଷ ସିତାରୀ, ବଲାଣୀରୁ ମୁଗା ମୁଣ୍ଡା, ବାଲାଗୋଡାରୁ ଗୌରୀ ଖୁଣ୍ଟିଆ, ଭଦ୍ରାସାହୀରୁ ପ୍ରମୀଳା ନାଏକ, ସେରେଣ୍ଡାରୁ ସସ୍ମିତା ସିଦ୍ଦୁ (ଅପ୍ରତିଦ୍ୱନ୍ଦୀ), ଗୁଆଲିରୁ ବିଦ୍ୟାଧର ନାଏକ, ଜୁରୁଡିରୁ ସୁଭକାନ୍ତି ସଏ, ବଳଦାରୁ ବରୁଣ କୁମାର ନାଏକ, ପଳସାରୁ ଅରୁଣ କୁମାର ମୁଣ୍ଡା, ଜଜାଙ୍ଗରୁ ପ୍ରୀୟଙ୍କା ମାଝୀ, ଜଲହରୀରୁ ନରେନ୍ଦ୍ର ମୁଣ୍ଡା, ଭୂୟାଁରୋଇଡାରୁ ତୁଳସୀ ବୋବାଙ୍ଗା, ବଡକାଳିମାଟି ପାନପତୀ ମୁଣ୍ଡା, ଲଇଡାପଦାରୁ ବିଳାସୀନୀ ଓରାମ, କଣ୍ଡରାରୁ ରୀନା ନାଏକ, ଦେଓଝରରୁ ଧୃବଚରଣ ନାଏକ, ଚମକପୁରରୁ ସକୁନ୍ତଳା ନାଏକ, ଅଂଶେଇକଳାରୁ ଭାରତୀ ମୁଣ୍ଡା, ବିରିକଳାରୁ ମୁଖ ନାଏକ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସମିତି ସଭ୍ୟ ଭାବେ ସନାତନଙ୍କ ସମର୍ôଥତ ୧୧ଜଣ ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ ମିନାକ୍ଷୀଙ୍କ ସମର୍ôଥତ ୮ଜଣ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। କାରାଖେଣ୍ଡରାରୁ ଇଶ୍ୱର ଚନ୍ଦ୍ର ବାରିକ୍‌, ବଲାଣୀରୁ ପାନମତି ନାଏକ, ବାଲାଗୋଡାରୁ ମିଳତୀ ଖଟୁଆ, ଭଦ୍ରାସାହୀରୁ ଯଶବନ୍ତ ପାତ୍ର, ସେରେଣ୍ଡାରୁ ଶଙ୍କର ଚାତମ୍ବା, ଗୁଆଲିରୁ ବିମଳା ନାଏକ, ଜୁରୁଡିରୁ ରଜନୀ ପେଣ୍ଠେଇ, ବଳଦାରୁ ବିସୁ ନାଏକ, ପଳସାରୁ ମହେନ୍ଦ୍ର ମାଝୀ, ଜଜାଙ୍ଗରୁ ଜୟନ୍ତୀ ପାତ୍ର, ଜଲହରୀରୁ ଲକ୍ଷ୍ମୀ ଚାମ୍ପିଆ, ଭୂୟାଁରୋଇଡାରୁ ସରୋଜୀନି ମୁଣ୍ଡା, ବଡକାଳାମାଟିରୁ ଅଷ୍ଟମୀ ମୁଣ୍ଡା, ଲଇଡାପଦାରୁ କବୀନ୍ଦ୍ର ନାଏକ, କଣ୍ଡରାରୁ ସୋମନାଥ ମହାନ୍ତ, ଦେଓଝରରୁ ଲକ୍ଷ୍ମୀ ମୁଣ୍ଡା, ଚମକପୁରରୁ କୁନୀ ମୁଣ୍ଡା, ଅଂଶେଇକଳାରୁ ପିନାକୀ ବେହେରା, ବିରିକଳାରୁ ଜ୍ଞାନ ରଞ୍ଜନ ଖୁଣ୍ଟିଆ ବିଜୟ ଲାଭ କରିଛନ୍ତି। ତେବେ ଯୋଡା ବ୍ଲକରେ ସନାତନଙ୍କ ସମର୍ôଥତ ଜଣେ ସମତି ସଭ୍ୟ ପ୍ରାର୍ଥୀ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.