Home Top News ଖାର୍କିଭରେ ଋଷର କ୍ଷେପଣାସ୍ତ୍ର ଆକ୍ରମଣ, ହସ୍ପିଟାଲ ଧ୍ୱସ୍ତ, ଅନେକ ଲୋକଙ୍କ ମୃତ୍ୟୁ ଖବର

ଖାର୍କିଭରେ ଋଷର କ୍ଷେପଣାସ୍ତ୍ର ଆକ୍ରମଣ, ହସ୍ପିଟାଲ ଧ୍ୱସ୍ତ, ଅନେକ ଲୋକଙ୍କ ମୃତ୍ୟୁ ଖବର

97

ନୂଆ ଦିଲ୍ଲୀ ୧-୩ (ଓଡ଼ିଆ ପୁଅ) ୟୁକ୍ରେନର ଖାର୍କିଭରୁ ପୁଣି ଖରାପ ଖବର ଆସୁଛି। ଋଷ ପୁଣି ଥରେ ଆକ୍ରମଣ କରିଛି। କୁହାଯାଉଛି ଯେ ଏହି କ୍ଷେପଣାସ୍ତ୍ର ଆକ୍ରମଣ ଆବାସିକ କ୍ଷେତ୍ରରେ କରାଯାଇଛି। ଏହି ଆକ୍ରମଣରେ ହସ୍ପିଟାଲ ମଧ୍ୟ ନଷ୍ଟ ହୋଇଛି। ଏହି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଥିବା ଖବର ମଧ୍ୟ ଆସୁଛି।

ଏହାପୂର୍ବରୁ ମଙ୍ଗଳବାର ଦିନ ଖାର୍କିଭରେ ଋଷର ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭାରତୀୟ ଛାତ୍ର ନବୀନ କର୍ଣ୍ଣାଟକର ବାସିନ୍ଦା ଥିଲେ।

ୟୁକ୍ରେନର ଅଧିକାରୀମାନେ ଦାବି କରିଛନ୍ତି ଯେ ଋଷର ସୈନ୍ୟମାନେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ପ୍ରବେଶ କରିଛନ୍ତି। ଏହି ଲଢ଼େଇ ବର୍ତ୍ତମାନ ରାସ୍ତାରେ ପହଁଚିଛି। କାରଣ ଋଷର ସୈନିକମାନେ ଅସ୍ତ୍ରଶସ୍ତ୍ର ସହିତ ଖାର୍କିଭ ରାସ୍ତାରେ ବୁଲୁଛନ୍ତି। ଏଠାରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.