Home କେନ୍ଦୁଝର ଯୋଡା : ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ, ମହିଳା ମୃତ

ଯୋଡା : ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ, ମହିଳା ମୃତ

41

ଯୋଡା, ୨ା୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ବାମବୋରୀ ଥାନା ଅନ୍ତର୍ଗତ ନମ୍ବିରା ଗ୍ରାମ ଠାରେ ଏକ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ଉଷାମଣୀ ବାରିକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା। ଘଟଣାରୁ ପ୍ରକାଶ ଯେ, ରବିବାର ନାରଦପୁର ଗ୍ରାମର ଅଖିଳ ଚନ୍ଦ୍ର ବାରିକ ଓ ଉଷାମଣୀ ବାରିକ୍ ତାଙ୍କ ସ୍କୁଟି ନଂ. ଓଡି୦୯ସି-୭୪୨୮ ଯୋଗେ ଝିଅ ଘର ପଳସା ଗ୍ରାମକୁ ଯାଇଥିଲେ। ତେବେ ସେଠାରୁ ଫେରିବା ବାଟରେ ନମ୍ବିରା ଗ୍ରାମରେ କୌଣସି କାରଣ ବଶତଃ ସ୍କୁଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହି ଦୁର୍ଘଟଣାରେ ଉଭୟ ତଳକୁ ପଡିଯାଇଥିବା ବେଳେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ଟାଟା ଡାକ୍ତରଖାନାକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ଉଷାମଣୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍କୃଟି ଚାଳକ ଅଖିଳ ଚନ୍ଦ୍ର ବାରିକଙ୍କୁ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ପୁଲିସ ଟାଟା ଡାକ୍ତରଖାନାରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.