Home ଓଡ଼ିଶା ଯୋଡା ବ୍ଲକ ସ୍ତରୀୟ ମେଗା ସମନ୍ନୟ ମେଳା

ଯୋଡା ବ୍ଲକ ସ୍ତରୀୟ ମେଗା ସମନ୍ନୟ ମେଳା

174

ାା ଯୋଡା, ୨୧/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶନିବାର ପୂର୍ବାହ୍ନରେ ଯୋଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ଏକ ବ୍ଲକ ସ୍ତରୀୟ ବୃହତ୍ତ ସମନ୍ନୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଡା ବ୍ଲକ ର ୮୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇଥିବା ବେଳେ ଯୋଡା ଅଞ୍ଚଳର ପ୍ରାୟ ସମସ୍ତ ବ୍ୟାଙ୍କର ଶାଖା ପରିଚାଳକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ୨୦୭ଟି ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧ଟି ଗୋଷ୍ଠୀକୁ ୬୦ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା ଏବଂ ନୂତନ ଭାବେ ୧୨୯ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମଟିରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ବିଶ୍ୱଜିତ୍ ମହାନ୍ତିଙ୍କୁ ନୋଡାଲ ଅଫିସର ଭାବେ ଏହି କାର୍ଯ୍ୟକ୍ରମର ନିଯୁକ୍ତି ଦିଆଯାଇଥିଲା । କାର୍ଯ୍ୟକ୍ରମଟିକୁ ପ୍ରକଳ୍ପ ପରିଚାଳକ ତଥା ଓଡିଶା ଜୀବିକା ମିଶନ ଯୋଡା ବ୍ଲକ ର ଅଧିକାରୀ ଦିବାକର ମାଝି ଏବଂ ପ୍ରଗତୀ ସହାୟକ ସମ୍ଭୁନାଥ ସଏ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟିରେ ଅ ବି.ଡି.ଓ. ଜୋଗେଶ୍ୱର ନାଏକ ଓ ଅଙ୍ଗନୱାଡି ସୁପରଭାଇଜର କମଳା ବାରିକ୍, ମିଶନ ଶକ୍ତି ଆଇସିଡିଏସ୍ କୋଅର୍ଡିନେଟର ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.