Home ଓଡ଼ିଶା ଯୋଡାରେ “ଆମ ପୁଲିସ” କାର୍ଯ୍ୟକ୍ରମ

ଯୋଡାରେ “ଆମ ପୁଲିସ” କାର୍ଯ୍ୟକ୍ରମ

95

ାା ଯୋଡା, ୨୧/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଶନିବାର ଅପରାହ୍ନରେ ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡ ବଚୁ ହାଟିଂ ଠାରେ ଯୋଡା ପୁଲିସ ପକ୍ଷରୁ “ଆମ ପୁଲିସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟ ବିକାଶ ଭୂୟାଁ ଓ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ, ସାମ୍ବାଦିକ ମାନସ ମହାନ୍ତି, ଯୋଡା ବିକାଶ ପରିଷଦର ସମ୍ପାଦକ ସୁଶାନ୍ତ ବାରିକ, ସଭାପତି ନିରଞ୍ଜନ ବହିଦାର ପ୍ରମୁଖ ଉପସ୍ଥିତ ରହିଥିଲେ । ସାଧାରଣତଃ ଲୋକେ ପୁଲିସ ଦେଖିଲେ ଭୟଭିତ ହୋଇପଡିଥାନ୍ତି । ଫଳରେ ଆଇନ କାନୁନର ଶିକାର ହୋଇ ମଧ୍ୟ ସେମାନେ ଥାନା ପୁଲିସର ସମ୍ମୁଖିନ ହୋଇନଥାନ୍ତି । ତେଣୁ ପୁଲିସ ଜନସାଧାରଣଙ୍କ ନିକଟତର ହେବା ପାଇଁ ଏହି ମୋ ପୁଲିସ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଆଦିବାସୀ, ଜନଜାତୀ, ନିରକ୍ଷର ମହିଳା ଓ ସମସ୍ତ ବର୍ଗର ବ୍ୟକ୍ତି ଯେମିତି ଆଇନ ସହାୟତାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୁଇ ଅଧିକାରୀ ଜନସାଧାରଣଙ୍କୁ ଆଇନ ସୃଙ୍ଖଳା ଏବଂ ଆଇନ ସହାୟତା ସମ୍ପନ୍ଧରେ ସୁଚନା ଦେବା ସହ ଖୋଲା ଖୁଲି ଭାବେ ପୁଲିସ ସହିତ ଉତ୍ତମ ସମ୍ପର୍କ ରଖି ଆଇନ ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଚୁହଟିଂର ପୁରୁଷ ମହିଳାମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.