Home ଓଡ଼ିଶା ଯୋଡା : ବେକାରୀ ସମସ୍ୟା ପାଇଁ ସ୍ଥାନୀୟ କମ୍ପାନିଙ୍କୁ ବିଜେପିର ଆକ୍ଷେପ

ଯୋଡା : ବେକାରୀ ସମସ୍ୟା ପାଇଁ ସ୍ଥାନୀୟ କମ୍ପାନିଙ୍କୁ ବିଜେପିର ଆକ୍ଷେପ

75

ଯୋଡା, ୨୪ା୮(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ୱ ଦେଉଥିବା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ ବେକରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଏଠାରେ କାର୍ଯ୍ୟରତ କଣି କମ୍ପାନୀମାନେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଝି ଦେଇଛନ୍ତି । ପୂର୍ବରୁ ଖଣିରେ ସ୍ଥାନୀୟ ଲୋକମାନେ କାମ ଦାମ କରି ନିଜର ପେଟ ପୋଷୁଥିଲେ । ଯାନ୍ତ୍ରୀକ ପଦ୍ଧତିରେ ଖଣି ଖନନ ହେବା ଦ୍ୱାରା ସ୍ଥାନୀୟ ଲୋକେ ନିଜର ଜୀବିକା ହରାଇବସିଛନ୍ତି । ଖଣିରୁ ନିଷ୍କାସିତ ଲୁହାଗୁଣ୍ଡ ବର୍ଷା ପାଣିରେ ମିଶି ଲୋକଙ୍କ ଚାଷଜମିରେ ମାଡି ଯିବା ଫଳରେ ଚାଷ ଜମିରେ ଆଉ ଫସଲ ହେବା ଅସମ୍ଭବ ହୋଇପଡିଛି । ଫଳରେ ଚାଷ ଉପରେ ନିର୍ଭର କରୁଥିବା ଲୋକେ ସେମାନଙ୍କର କୌଳିକ ବୃତି ହରାଇବସିଛନ୍ତି । ଅନ୍ୟପକ୍ଷେ ବିଭିନ୍ନ ଖଣି କମ୍ପାନୀ ବାହାରୁ ଲୋକ ଆଣି ଖଣି ପରିଚାଳନା କରୁଥିବା ବେଳେ ସ୍ଥାନୀୟ ଲୋକେ କାମ ଦାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ଖଣି ଗୁଡିକରୁ ପରିବହନ, ସୁରକ୍ଷା କର୍ମି ଭଳି ଛୋଟ ପଦବୀ ଗୁଡିକରେ ମଧ୍ୟ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ଫଳରେ ସ୍ଥାନୀୟ ଯୁବକ ଯୁବତୀମାନେ ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେମାନଙ୍କୁ ଖଣି ଗୁଡିକରେ ନିଯୁକ୍ତି ନେଇ ବିଲେଇପଦା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକରେ ବିଜେପି ଖଣି କମ୍ପାନୀ ଗୁଡିକୁ ଆକ୍ଷେପ କରିଛି । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଡଃ ମୁରଲି ମନୋହର ଶର୍ମା କହିଛନ୍ତି ଯେ, ଅଞ୍ଚଳରେ ବେକାରି ସମସ୍ୟା ଦୂର କରିବାରେ ସ୍ଥାନୀୟ କମ୍ପାନି ଗୁଡିକ ଠାରୁ ସହଯୋଗ ମିଳିପାରୁନାହିଁ । ଫଳରେ ବେକାରୀ ସମସ୍ୟା ଏ ଅଞ୍ଚଳରେ ଉତ୍କଟ ହେଉଛି । ଏ ନେଇ ବିଜେପି ଦଳ ପକ୍ଷରୁ ବିଭିନ୍ନ ଖଣି ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସ୍ଥାନୀୟ କଣ୍ଡରା ପଡିଆ ଠାରେ ଅନୁଷ୍ଠିତ ଏହି ବୈଠକରେ ମଣ୍ଡଳ ସଭାପତି ଅଲେଖ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ବୈଠକରେ ମାଧବଚନ୍ଦ୍ର ପଲେଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଏଥିରେ ବାସୁଦେବପୁର ଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ବିସ୍ଥାପିତଙ୍କ ସମସ୍ୟାର ସମାଧାନ, ରାସ୍ତାଘାଟ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱସ୍ଥ୍ୟ ସମସ୍ୟା ସମ୍ପର୍କିତ ୧୦ଟି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ବିଲେଇପଦା ପ୍ରଭାରୀ ତଥା ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର , ଜିଲା କାର୍ଯ୍ୟକାରିଣୀ ସଦସ୍ୟ ସୋମବାରୀ ମୁଣ୍ଡା , ଜିଲା ଏସଟି ମୋର୍ଚ୍ଚା ଉପସଭାପତି ପୁରୁଷୋତମ ଗାଗରାଇ, ରାଜ୍ୟ ଯୁବମୋର୍ଚ୍ଚା ଆମନ୍ତ୍ରିତ ସଦସ୍ୟ ପ୍ରକାଶ ମଲ୍ଲିକ, ବିଲେଇପଦା ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସରୋଜିନୀ ମହାକୁଡ, ମଣ୍ଡଳ ଉପସଭାପତି ନଟବର ନାଏକ, ସମ୍ପାଦକ ରବୀନ୍ଦ୍ର କୁମାର ବାରିକ, ସବିତା ନାଏକ, ମଣ୍ଡଳ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ନାଏକ, ଓବିସି ମୋର୍ଚ୍ଚା ସଭାପତି ଉଦୟନାଥ ବାରିକ, ଏସସି ମୋର୍ଚ୍ଚା ସଭାପତି ମିଲନ ବେହେରା ଓ କୃଷକ ମୋର୍ଚ୍ଚା ସଭାପତି ଚକ୍ରଧର ନାଏକ, ଏସଟି ମୋର୍ଚ୍ଚା ସଭାପତି ଲକେ ମୁଣ୍ଡା , ପଞ୍ଚ।।ୟତ ପ୍ରମୁଖ ମିଶ୍ର ପଳେଇ , ବୁଥ ଅଧ୍ୟକ୍ଷ ମାଧବ ଚନ୍ଦ୍ର ପଲେଇ ଓ ବିଭିନ୍ନ ବୁଥର ସଭାପତିମାନେ ଏବଂ ଶତାଧିକ କର୍ମି ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.