Home ଓଡ଼ିଶା ଯୋଡା : ବୁଝେଇ ବୁଝେଇ ଥକିଗଲା ପୁଲିସ, ଏବେ କେତେ ବେଳେ ମାତ୍ରାଧିକ ତ କେତେ...

ଯୋଡା : ବୁଝେଇ ବୁଝେଇ ଥକିଗଲା ପୁଲିସ, ଏବେ କେତେ ବେଳେ ମାତ୍ରାଧିକ ତ କେତେ ବେଳେ କାର୍ଯ୍ୟାନୁଷ୍ଠାନ ଶୂନ

1030

ଯୋଡା, ୦୯ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପମାନ ଗ୍ରହଣ କରାଯାଇଥିବା ବେଳେ ଯୋଡା ଖଣି ଅଞ୍ଚଳରେ ପୁଲିସ ଲୋକଙ୍କୁ ବୁଝେଇ ବୁଝେଇ ଥକି ପଡିଥିବା ପରି ମନେ ହେଉଛି । ରାସ୍ତା ଉପରେ ଏବେ ଚଳ ପ୍ରଚଳ ସେପରି ଦେଖିବାକୁ ମିଳୁନଥିଲେ ମଧ୍ୟ ପରିବା ବଜାର ସ୍ଥାନାନ୍ତରିତ ହୋଇଥିବା କେନ୍ଦ୍ରୀୟ ଖେଳ ପଡିଆଠାରେ ସାମାଜିକ ଦୂରତ୍ୱ ନିର୍ବାହ କରିବା ଏକ ପ୍ରକାର ବିଫଳ ହୋଇଥିବା ଦେଖିବାକୁ ମିଳିଛି । ପରିବା ବଜାରରେ ଧାଡିରେ ଆସିବା ପାଇଁ ଚୁନ ଦାଗ ଦିଆଯାଇଥିଲେ ମଧ୍ୟ ଏହାକୁ ନମାନି ମାଳ ମାଳ ଲୋକ ଏକାସହିତ ବଜାର କରୁଥିବା ଦେଖିବାକୁ ମିଳିଛି । ଆମିସ ବଜାରରେ କଥା ନକହିବା ଭଲ ଶହ ଶହ ଲୋକ ଏକକାଳୀନ ଛଡା ଛଡି ହୋଇ ମାଛ ମାଂଶ କିଣୁଥିବା ଦେଖିବାକୁ ମିଳୁଛି । ଯୋଡା ପୁଲିସ ଏ ଘଟଣା ଜାଣିଥିଲେ ମଧ୍ୟ ଥରେ ଅଧେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରି ଲୋକମାନଙ୍କୁ ଘଉଡାଇଦେଉଥିବା ବେଳେ ଅନ୍ୟ କେତେ ବେଳେ କାର୍ଯ୍ୟାନୁଷ୍ଠାନ ପୁରା ଶୂନ୍ୟ ଭଳି ଦେଖିବାକୁ ମିଳୁଛି । ଫଳରେ କରୋନା ସଂକ୍ରମଣର ବିପଦକୁ ଏଠାରେ ଖୋଲା ଖୋଲି ଆମନ୍ତ୍ରଣ କରାଯାଉଛି । ତେବେ ଦୀର୍ଘ ଦିନ ଧରି ପୁଲିସ ଲୋକମାନଙ୍କୁ ସଚେତନ କରୁଥିବା ବେଳେ ବେଶ କିଛି ଦିନ ଧରି ଏହା କଡା କଡି ପାଳନ କରାଯାଉଥିବା ଦେଖିବାକୁ ମିଳୁଥିଲା । ଏବେ କଟକଣା ସମ୍ପୂର୍ଣ୍ଣ ଢିଲା ପଡିଥିବା ଦେଖିବାକୁ ମିଳିଛି । ଏହି କଟକଣା ଗୁରୁବାର ୧୬ ଦିନରେ ପହଞ୍ଚିଥିବା ବେଳେ ଏହାର ଅବଧି ୧୪ ଅପ୍ରିଲରେ ପୁରୁଥିବା ବେଳେ ଏହାକୁ ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛନ୍ତି । ଏହାର ସୁଯୋଗରେ କଳାବଜାରିମାନେ ମୁଣ୍ଡ ଟେକିଥିବା ବେଳେ ପୌରପାଳିକା ପକ୍ଷରୁ କୌଣସି କଟକଣା ଜାହିର କରାଯାଇନାହିଁ । ଏବେ ଖାସି ମାଂସ କିଲୋ ୭ ଶହ ଟଙ୍କାରେ ଯୋଡାରେ ବିକ୍ରି ହେଉଥିବା ବେଳେ ବ୍ରଏଲର କୁକୁଡା ମାଂସ ୨ଶହ, ଦେଶୀ କୁକୁଡା ମାଂସ ୮ ଶହ ଟଙ୍କାରେ ମିଳୁଥିବା ଜଣାପଡିଛି । ପ୍ରତି ଠିପି ବନ୍ଦ ମଦ ଦୋକାନ ବନ୍ଦ ଥିଲେ ମଧ୍ୟ ଫୋନ ମାଧ୍ୟମରେ ଚଢା ଦରରେ ମଦ ହୋମ ଡେଲିଭରି ହେଉଥିବା ଜଣାପଡିଛି । ୫ କେଜି ଅଟା ପ୍ୟାକେଟ ୧୫୫ ଟଙ୍କା ଥିବା ବେଳେ ଏବେ ଏହା ୧୯୫ ଟଙ୍କାରେ ବିକ୍ରି ହେଉଛି । ସରୁ ଚାଉଳ ପ୍ରତି ବସ୍ତା ୧୦୦ ଟଙ୍କା ବୃଦ୍ଧି ପାଇଥିବା ଜାଣିବାକୁ ମିଳିଛି । ସେହିପରି ଶୋରିଶ ତେଲ, ଡାଲି ପ୍ରଭୁତି ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଅଙ୍କୁଶ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.