Home ଓଡ଼ିଶା ଯୋଡା : ବିହାରୀ ସମ୍ପ୍ରଦାୟ ପକ୍ଷରୁ ଛଟ ପର୍ବ ପାଳିତ

ଯୋଡା : ବିହାରୀ ସମ୍ପ୍ରଦାୟ ପକ୍ଷରୁ ଛଟ ପର୍ବ ପାଳିତ

104

ଯୋଡା, ୦୨/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ସହରର ବିଭିନ୍ନ ସ୍ଥାନରେ ବିହାରୀ ସମ୍ପ୍ରଦାୟ ପକ୍ଷରୁ ଛଟ ପର୍ବ ପାଳିତ ହୋଇଯାଇଛି। ବାଜା, ବାଣ, ରୋଷଣୀ ସହିତ ସମ୍ପ୍ରଦାୟର ପୁରୁଷ ମହିଳାମାନେ ମୁଣ୍ଡରେ ଭୋଗ ସାମଗ୍ରୀ ବୋହି ସୁନା ନଦୀ କୂଳରେ ଶନିବାର ଅପରାହ୍ନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଉପବାସ ଭଙ୍ଗ କରିବା ସହିତ ପରିବାରର ସୁଖ, ଶାନ୍ତି କାମନା କରିଛନ୍ତି। କାର୍ତ୍ତିକ ମାସ ଶୁକ୍ଳ ଷଷ୍ଠୀ ତିଥିରେ ଅସ୍ତଗାମୀ ସୂର୍ଯ୍ୟଙ୍କର ପୂଜା ଅର୍ଚ୍ଚନା କରାଯିବା ସହିତ ସପ୍ତମୀ ତିଥିରେ ଉଦୟଗାମୀ ସୂର୍ଯ୍ୟଙ୍କର ଉପାସନା କରାଯାଇଥାଏ। ଏହି ସୂର୍ଯ୍ୟ ପୂଜା କଲେ ଜୀବନରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ବୋଲି ସମ୍ପ୍ରଦାୟ ମଧ୍ୟରେ ମାନ୍ୟତା ରହିଛି। ତେଣୁ ବିହାରୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏହି ଛଟ ପର୍ବର ବିଶେଷ ମହତ୍ୱ ରହିଛି। ଏହି ପର୍ବ ବର୍ଷରେ ୨ଥର ପାଳନ କରାଯାଇଥାଏ। ଗୋଟିଏ ଚୈତ୍ର ମାସ ଓ ଅନ୍ୟଟି କାର୍ତ୍ତିକ ମାସରେ। ୪ଦିନ ବ୍ୟାପି ଏହି ଉତ୍ସବକୁ ବିହାରୀ ସମ୍ପ୍ରଦାୟ ବେଶ ଉତ୍ସାହର ସହିତ ପାଳନ କରିଥାନ୍ତି। ଦିନ ତମାମ ନିର୍ଜଳା ଉପବାସ ରହି ସମ୍ପ୍ରଦାୟର ମହିଳାମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଜଳ ସ୍ପର୍ଷ କରିଥାନ୍ତି। ଶୁକ୍ଳ ପକ୍ଷ ସପ୍ତମ ତିଥିରେ ଉଦୟ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରି ଷଠି ମାତା ଙ୍କ ନିକଟରେ ସନ୍ତାନ ରକ୍ଷା, ପୁରା ପରିବାର ର ସୁଖ, ଶାନ୍ତି କାମନା କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.