Home ଓଡ଼ିଶା ଯୋଡା – ବାଚ୍ୟୁ ହାଟିଂ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଯୋଡା – ବାଚ୍ୟୁ ହାଟିଂ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଉଦ୍‌ଯାପିତ

40

ଯୋଡା,୧୫ା୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୬ ବାଚ୍ୟୁହାଟିଂ ଠାରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୂର୍ଣ୍ଣାମେଣ୍ଟ ରବିବାର ଦିନ ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଏହି ଟୂର୍ଣ୍ଣାମେଣ୍ଟଟିରେ ଜିଲ୍ଲାର ଆଖପାଖ ଅଞ୍ଚଳର ୧୨ଟି କ୍ରିକେଟ ଟିମ୍ ଭାଗନେଇଥିବା ବେଳେ ଅନ୍ତିମ ପର୍ଯ୍ୟାୟ ଫାଇନାଲ ମ୍ୟାଚରେ ଯୋଡା ଏକାଦଶ ଏବଂ ଜୁରୁଡି କ୍ରିକେଟ ଟିମ୍ ସହ କଡା ମୁକାବିଲା ହୋଇଥିଲା । ଏଥିରେ ଯୋଡା ଏକାଦଶ ବିଜୟଲାଭ କରିଥିଲା । ପ୍ରଥମେ ଟସ୍ ଜିତି ଜୁରୁଡି ଦଳ ବ୍ୟାଟିଂ କରିବାର ସ୍ୱଭାଗ୍ୟ ଅର୍ଜନ କରିଥିଲେ ମଧ୍ୟ ନିର୍ଦ୍ଧାରିତ ଓଭରରେ ୯୭ ରନ୍ କରି ଅଲଆଉଟ ହୋଇଯାଇଥିଲେ । ୯୭ ରନ୍‌ର ବିଜୟଲକ୍ଷ୍ୟକୁ ଯୋଡା ଏକାଦଶ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ ହାସଲ କରିଥିଲା । ରବିବାର ଉଦ୍‌ଯାପନୀ ଦିବସରେ ପୂର୍ବତନ ଯୋଡା ପୌରାଧ୍ୟକ୍ଷ ରବିନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ୧୦ ହଜାର ଟଙ୍କାର ଚେକ୍ ଏବଂ ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିବା ବେଳେ ଉପବିଜେତା ଦଳକୁ ୭ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରିଥିଲେ । ଖେଳର ଅନ୍ତିମ ପର୍ଯ୍ୟାୟରେ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ଏକ ଚିତାକର୍ଷକ ମ୍ୟୁଜିକ୍ ଚେୟାର ପ୍ରତିଯୋଗୀତା କରାଯାଇଥିଲା । ଏଥିରେ ବିଜେତାକୁ ଏକ ହଜାର ଟଙ୍କାର ନଗଦ ରାଶୀ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ସମ୍ପୃର୍ଣ୍ଣ ଟୂର୍ଣ୍ଣାମେଣ୍ଟଟିକୁ ରତିକାନ୍ତ ଦାସ, ସୁନିଲ କାରୁଆ, ଅଶୋକ ସାଣ୍ଡିଲ, ନିବ, ଟିଶା ପ୍ରମୁଖ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟିରେ ଆଖପାଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.