Home ଓଡ଼ିଶା ଯୋଡା : ପ୍ରେମ ଓ ପ୍ରତାରଣା ପରେ ହତ୍ୟା ଉଦ୍ୟମ, ପୀଡିତାଙ୍କ ଏତଲା ରଖିବାକୁ ନାରାଜ...

ଯୋଡା : ପ୍ରେମ ଓ ପ୍ରତାରଣା ପରେ ହତ୍ୟା ଉଦ୍ୟମ, ପୀଡିତାଙ୍କ ଏତଲା ରଖିବାକୁ ନାରାଜ ପୁଲିସ

77

ଯୋଡା, ୨୮ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ମମତା ହତ୍ୟା କାଣ୍ଡକୁ ନେଇ ସମଗ୍ର ରାଜ୍ୟ ଏକ ଲଜ୍ୟା ଜନକ ସ୍ଥିତିରେ ରହିଥିବା ବେଳେ କେନ୍ଦୁଝର ଜିଲା ମଧ୍ୟ କିଛି ଦିନ ହେବ ପଛରେ ନଥିବା ପରିଲକ୍ଷିତ କରାଯାଉଛି । ବିଗତ ଏକ ସପ୍ତାହ ମଧ୍ୟରେ ୪ଟି ପୃଥକ ଘଟଣାରେ ଦୁଷ୍କର୍ମ ଓ ୩ଜଣଙ୍କୁ ହତ୍ୟା ସମଗ୍ର ଜିଲାର ଆଇନ ସୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ନେଇ ସୂଚନା ଦେଉଛି । ପୁଲିସ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଭଳି ସମ୍ବେଦଶୀଳ ଘଟଣାରେ ମଧ୍ୟ ନିରପେକ୍ଷତା ଅବଲମ୍ବନ କରିପାରୁନଥିବାରୁ ଏହା ସଚେତନ ବ୍ୟକ୍ତିଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ଯୋଡା ପୌରପାଳିକା ଅନ୍ତର୍ଗତ ହନୁମାନ ହାଟିଂ ଅଞ୍ଚଳର ଜଣେ ଯୁବତୀକୁ ଅଶୋକ ପାତ୍ର ନାମକ ଜଣେ କାଳିକାପ୍ରସାଦର ଯୁବକ ପ୍ରଥମେ ପ୍ରେମ, ପରେ ପ୍ରତାରଣା ଦେଇ ଅନ୍ୟତ୍ର ବିବାହ କରିବା ସହିତ ଏବେ ସମ୍ପୃକ୍ତ ଯୁବତୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ଆସିଛି । ସମ୍ପୃକ୍ତ ଯୁବତୀ ଏବଂ ଅଶୋକ ପାତ୍ର ଉଭୟ ଯୋଡାସ୍ଥିତ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ । କାମ କରିବା ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟେ ୨୯.୦୭.୨୦୧୯ରେ ଯୋଡାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ବିବାହ କରିଥିଲେ ଏବଂ ଯୋଡାରେ ଏକତ୍ର ରହୁଆସୁଥିଲେ । ଫଳରେ ଯୁବତୀ ଜଣଙ୍କ ୭ମାସର ଅନ୍ତସତ୍ୱା ଥିବା ବେଳେ ଉଭୟ ଅଶୋକଙ୍କ ପୈତୃକ ଘର ଚମ୍ପୁଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଯାଇଥିଲେ । ତେବେ ସମ୍ପୃକ୍ତ ଯୁବତୀ ଜଣଙ୍କୁ ଛୋଟ ଜାତି କହି ତାଙ୍କ ପରିବାର ଲୋକେ ଗ୍ରହଣ କରିନଥିଲେ ଏବଂ ନିର୍ଯ୍ୟାତନା ଦେଇ ଘରୁ ତଡି ଦେଇଥିଲେ । ପରେ ଅଶୋକଙ୍କ ପ୍ରରୋଚନାରେ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ସେମାନେ ଗର୍ଭପାତ କରାଇଥିଲେ । ତେବେ ଏହାର କିଛି ମାସ ପରେ ଚଳିତ ବର୍ଷ ଜୁଲାଇ ମାସ ୧୩ ତାରିଖରେ ଅଶୋକ ପୁନଃର୍ବାର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ଶୁଣି ସମ୍ପୃକ୍ତ ଯୁବତୀ ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଏତଲାକୁ ଆଧାର କରି ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଚତୁର୍ଥୀ ରାତିରେ ଗିରଫ କରି ଅଦାଲତ ଚାଲାଣ କରିଥିଲେ ଏବଂ ଅଶୋକଙ୍କ ଭାଉଜ, ମା’, ଭିଣୋଇା ଏବଂ ଗର୍ଭପାତ କରାଇଥିବା ଘରୋଇ ଡାକ୍ତରଖାନା ମାଲିକଙ୍କ ନାମରେ ମାମଲା ଋଜୁ ହୋଇଥିଲା । ତେବେ ସମ୍ପୃକ୍ତ ଯୁବକ ଅଶୋକ ପାତ୍ର ଜାମିନରେ ଆସି, ସେ ଏବଂ ତାଙ୍କର ନବବିବାହିତା ସ୍ତ୍ରୀ ଚଳିତ ମାସ ୨୩ ତାରିଖ ଦିନ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଭୋର ୪ରୁ ୫ଟା ଭିତରେ ଆସି ସାଙ୍ଗରେ କିଛି ଗୁଣ୍ଡା ଧରି ତାଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରିଥିଲେ । ତେବେ କୌଶଳକ୍ରମେ ଯୁବତୀ ଜଣଙ୍କ ଲୁଚି ଯାଇ ଆତ୍ମରକ୍ଷା କରିବାରେ ସଫଳ ହୋଇଥିଲେ ଓ ଘଟଣା ଦିନ ଯୋଡା ଥାନାରେ ଏ ନେଇ ଏକ ଲିଖିତ ଏତଲା ଦେବାକୁ ଯାଇଥିବା ବେଳେ ଯୋଡା ପୁଲିସ ଏହାକୁ ଗ୍ରହଣ କରିନଥିବା ବୋଲି ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୁବକଙ୍କୁ ଅଦାଲତ ଜାମିନ ନେଇଥିବାରୁ ତାଙ୍କ ପ୍ରତି ଅଧିକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନାହିଁ ବୋଲି ଯୋଡା ପୁଲିସ ରୋକଠୋକ ମନାକରିଦେଇଥିଲେ । ଫଳରେ ଯୁବତୀ ଜଣଙ୍କ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଭୟଭୀତ ଅବସ୍ଥାରେ ଆତ୍ମଗୋପନ କରି ଗଣମାଧ୍ୟମର ସହାୟତା ଲୋଡିଛନ୍ତି । ତେବେ ସେ ନ୍ୟାୟ ନପାଇଲେ ଜିଲା ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ପୁଲିସ ଏହି ଘଟଣାର ସମାଧାନ କରିବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.