Home କେନ୍ଦୁଝର ଯୋଡା ପୌରପାଳିକାରେ ରୋଗ ସଚେତନତା କର୍ମଶାଳା

ଯୋଡା ପୌରପାଳିକାରେ ରୋଗ ସଚେତନତା କର୍ମଶାଳା

84

ଯୋଡା, ୧୯ା ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଶୁକ୍ରବାର ପୂର୍ବାହ୍ନରେ ଯୋଡା ପୌରପାଳିକା ସଭା ଗୃହରେ କୋଭିଡ-୧୯, ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ନିରାକରଣ ନିମନ୍ତେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାଟିରେ ଏହି ରୋଗ ଗୁଡିକୁ କିପରି ଭାବରେ ପ୍ରତିହତ କରାଯାଇପାରିବ ଏ ନେଇ ଅଙ୍ଗନୱାଡି କର୍ମି, ବରିଷ୍ଠ ନାଗରିକ, ସ୍ୱଚ୍ଛସାଥି ଏବଂ ସୁପରଭାଇଜରମାନଙ୍କୁ ତାଲିମ ଦିଆଯାଇଥିଲା । ଏହି କର୍ମଶାଳାଟିରେ ଜିଲ୍ଲାପାଳ ଆଶିଶ ଠାକ୍‌ରେ, ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଗଦିସ୍ ସାହୁ, ଟାଟା ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ତନ୍ମୟ କର, ଯୋଡା ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥତ ରହି କର୍ମଶାଳାଟିରେ ଭାଗନେଇଥିଲେ । ଶନିବାର ଠାରୁ ଏହି ସ୍ୱାଚ୍ଛସାଥି, ଅଙ୍ଗନୱାଡି କର୍ମି ଓ ସୁପରଭାଇଜର ଯୋଡା ପୌରପାଳିକାର ସମସ୍ତ ସାହି, ବସ୍ତିର ଘର ଘର ବୁଲି ଏହି ରୋଗୀଙ୍କୁ ଚିହ୍ନଟ କରିବା ସହ ଏହାର ନୀରାକରଣ ପାଇଁ ସଚେତନତା ସୃଷ୍ଟି କରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.