Home Coronavirus Outbreak ଯୋଡାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଯୋଡାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

125

ଯୋଡା, ୧୯ା ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜିଲ୍ଲାର ସବୁ ସ୍ଥାନରେ କରୋନା ସଂକ୍ରମୀତ ଚିହ୍ନଟ କରାଯାଇଥିବା ବେଳେ ଯୋଡା ପୌରାଞ୍ଚଳରେ ଗତ ୧୬ ତାରିଖ ପର୍ଯ୍ୟନ୍ତ କୌଣସି କରୋନା ସଂକ୍ରମୀତଙ୍କୁ ଚିହ୍ନଟ କରାଯାଇନଥିଲା । ପ୍ରଥମ ଥର ପାଇଁ ଜଣେ ଦିଲ୍ଲୀ ଫେରନ୍ତା ବ୍ୟକ୍ତିଙ୍କୁ କରୋନୀ ସଂକ୍ରମୀତ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ସଂକ୍ରମୀତ ଚିହ୍ନଟ ବ୍ୟକ୍ତି ଜଣଙ୍କ ଗୃହ ସଂଗରୋଦ୍ଧରେ ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ଅନ୍ୟ ସଂଗରୋଦ୍ଧ କେନ୍ଦ୍ର ମାନଙ୍କରେ ଥିବା ମୋଟ ୪୭ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥି ମଧ୍ୟରୁ ଶୁକ୍ରବାର ଦିନ ୨ଜଣଙ୍କର କରୋନା ପଜିଟିଭ୍ ବାହାରିଥିବା ସୂଚନା ମିଳିଛି । ସୋମାନଙ୍କ ମଧ୍ୟରୁ ୨ଜଣ ଯାକ ମହାରାଷ୍ଟ୍ରରୁ ଫେରୁଥିବା ବେଳେ ଜଣେ ପୁନା ଏବଂ ଜଣେ ବମ୍ବେରୁ ଫେରି ପୌରପାଳିକାର ସଂଗରୋଦ୍ଧକେନ୍ଦ୍ରରେ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.