Home ଓଡ଼ିଶା ଯୋଡା ପୌରପାଳିକାରେ ନୂତନ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ଯୋଡା ପୌରପାଳିକାରେ ନୂତନ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

42

ଯୋଡା, ୦୯ା୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବିଚିତ୍ରାନନ୍ଦ ନାୟକ ସୋମବାର ସନ୍ଧ୍ୟାରେ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ଶ୍ରୀ ପାଟ୍ଟଯୋଶୀଙ୍କର ଯାଜପୁର ଟାଉନ ପୌରପାଳିକାକୁ ସ୍ଥାନାନ୍ତରଣ ହୋଇଥିବା ବେଳେ ଭଦ୍ରକ ପୌରପାଳିକାରୁ ଶ୍ରୀ ନାୟକ ଅଧିକାରୀ ଭାବେ ଯୋଡା ପୌରପାଳିକାରେ ଯୋଗଦାନ କରିଛନ୍ତି । ଶ୍ରୀ ପାଟ୍ଟଯୋଶୀ ୧୫.୦୯.୨୦୧୭ ମସିହାରେ ଯୋଡା ପୌରପାଳିକାରେ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଇଥିବା ବେଳେ କିଛି ମାସ ପୂର୍ବରୁ ତାଙ୍କର ସ୍ଥାନାନ୍ତରଣ ନିର୍ଦ୍ଦେଶ ରହିଥିଲେ ମଧ୍ୟ କୌଣସି କାରଣ ବଶତଃ ତାଙ୍କ ସ୍ଥାନରେ କୌଣସି ଅଧିକାରୀ ଯୋଗଦେଇନଥିବାରୁ ତାଙ୍କର ସ୍ଥାନାନ୍ତରଣ ହୋଇପାରିନଥିଲା । ନୂତନ ଅଧିକାରୀ ବିଚିତ୍ରାନନ୍ଦ ନାୟକ ୧୯୮୯ ବ୍ୟାଚର ଓଏଏସ୍ ହୋଇଥିବା ବେଳେ ସେ ବିଭିନ୍ନ ସ୍ଥାନରେ ତିନି ଥର ବିଡିଓ, ତନି ଥର ତହସିଲଦାର, କଟକ ଏବଂ ଭଦ୍ରକ ପୌରପାଳିକାର ନିର୍ବାହୀ ଅଧିକାରୀ ଏପରିକି ବାସୁଦେବପୁରସ୍ଥିତ ନିର୍ମାଣଧିନ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ କାର୍ଯ୍ୟଭାର ତୁଲାଇଆସିଛନ୍ତି । ସେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଅର୍ଥଶାସ୍ତ୍ରରେ ସ୍ନାତକୋତ୍ୱର ଭାବେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ସହିତ ଆଇନ କାନୁନ ସମ୍ବନ୍ଧରେ ମଧ୍ୟ ଶିକ୍ଷା ଲାଭ କରିଛନ୍ତି । ସେ ଜଣେ ଦକ୍ଷ ଅଧିକାରୀ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟଭାର ତୁଲାଇଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.