Home ଓଡ଼ିଶା ଯୋଡା ପୌରପାଳିକାରେ ଚମ୍ପୁଆ ବିଧାୟିକାଙ୍କ ସମୀକ୍ଷା ବୈଠକ

ଯୋଡା ପୌରପାଳିକାରେ ଚମ୍ପୁଆ ବିଧାୟିକାଙ୍କ ସମୀକ୍ଷା ବୈଠକ

30

ଯୋଡା, ୦୭ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟିରେ ଯୋଡା ପୌରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ସରକାରୀ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଏହି ବୈଠକଟିରେ ଯୋଡା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ସହିତ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ଜନ କଲ୍ୟାଣ ବିଭାଗ, ଓଡିଶା ସେତୁ ନିର୍ମାଣ ସଂସ୍ଥାର ଅଧିକାରୀ ଏବଂ ସମସ୍ତ ପୌରପାଳିକା କର୍ମଚାରୀ ଉପସ୍ଥିତ ରହିଥିଲେ । ବୈଠକଟିରେ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ରବୀନ୍ଦ୍ର କୁମାର ଦାସ, ଜିଲ୍ଲା ସହସମ୍ପାଦକ ବାବୁଲାଲ ସାହୁ, ଯୋଡା ଟାଉନ ବିଜେଡି ସଭାପତି ଚତୁର୍ଭୁଜ ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’, ପଞ୍ଚମ ରାଜ୍ୟ କମିସନ ଗ୍ରାଣ୍ଟ, ବର୍ଜ୍ୟବସ୍ତୁ ପରିଚାଳନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି । ବୈଠକ ପରେ ବିଧାୟିକା ପ୍ରସ୍ଥାବିତ ବୃଦ୍ଧାଶ୍ରମ, ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ, କମାରଯୋଡା ଠାରେ ନିର୍ମାଣଧିନ ପାର୍କ, ଶାସ୍ତ୍ରୀନଗର ଠାରେ ଥିବା ସ୍ୱର୍ଗଦ୍ୱାର, ବାଚୁହାଟିଂ ଠାରେ ଥିବା କ୍ଷୁଦ୍ର ଜୈବିକ ସାର ପ୍ରସ୍ତୁତ କେନ୍ଦ୍ର ପ୍ରଭୁତି ପରିଦର୍ଶନ କରି ଫେରିଥିବା ଜଣାପଡିଛି । ପରେ ପୌରପାଳିକା କାର୍ଯ୍ୟାଳୟ ନିକଟରେ ‘ମୋ ଖତ’ର ଏକ ବିକ୍ରୟ କେନ୍ଦ୍ର ଶୁଭ ଉଦ୍‌ଘାଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.