Home ଓଡ଼ିଶା ଯୋଡା : ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଭାତୃ ବିୟୋଗ

ଯୋଡା : ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଭାତୃ ବିୟୋଗ

104

ଯୋଡା, ୬ା୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କର ବଡ ଭାଇ ଦୁଃଖବନ୍ଧୁ ମହାକୁଡଙ୍କର ଶନିବାର ଭୋର ସମୟରେ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପ୍ରାଣ, ପରୋପକାରୀ, ମିଷ୍ଠଭାଷୀ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କର ଏହି ବିୟୋଗରେ ନମ୍ବିରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ସେ କିଛି ମାସ ହେବ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଅଗଷ୍ଟ ମାସ ୧୮ ତାରିଖ ଠାରୁ ଭୂବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତାଙ୍କର ମସ୍ତିସ୍କ ଅସ୍ତ୍ରପ୍ରଚାର ହୋଇଥିବା ବେଳେ ପୁନଃର୍ବାର ଏକ ମାଂସ ପିଣ୍ଡୁଳା ବଢୁଥିବା ଦେଖାଦେଇଥିଲା । ଫଳରେ ସେ କଟକର ଜଣେ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ଶନିବାର ଭୋର ୩ଟା ସମୟରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା । ତାଙ୍କର ମର ଶରୀରକୁ ତାଙ୍କ ଗ୍ରାମକୁ ଅଣାଇଥିଲା । ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ, ଶୁଛେଚ୍ଛୁ, ବନ୍ଧୁ, ପରିଜନ, ରାଜନେତା ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ଜିଲା ସଭାପତି ମାଧବ ସର୍ଦାର ଏବଂ ବହୁ ରାଜନେତା, କର୍ମି ସେଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ସମଗ୍ର ନମ୍ବିରା ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଶେଷରେ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.