Home ଓଡ଼ିଶା ଅପହଂଚ ଅଂଚଳ ଜାମୁଗଣ୍ଡ ରେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ନକଲି ଡାକ୍ତର

ଅପହଂଚ ଅଂଚଳ ଜାମୁଗଣ୍ଡ ରେ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ନକଲି ଡାକ୍ତର

57

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୧୧- ସରକାର ସମସ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବହୁବିଧ ଯୋଜନା କରିଛନ୍ତି । ପ୍ରତି ଗ୍ରାମ ପଞ୍ଚାୟତ ରେ ଜନେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରିଛନ୍ତି । ସ୍ୱାସ୍ଥ୍ୟ ଉପକେନ୍ଦ୍ର ମଧ୍ୟ ଖୋଲିଛନ୍ତି । କିନ୍ତୁ ଅନେକ ସ୍ଥାନ ରେ ସ୍ୱାସ୍ଥ୍ୟ କର୍ମୀମାନେ ଠିକ୍ ଭାବରେ କାର୍ଯ୍ୟ ନକରି  ନିଜ ଗାଁ ରେ ରହି କାଗଜ କଲମ ରେ କାର୍ଯ୍ୟ କରୁଥିବା ଦର୍ଶାଇ ଦରମା ନେଉଛନ୍ତି । ଯାହାଫଳ ରେ ନକଲି ଡାକ୍ତର ମାନେ ସ୍ୱାସ୍ଥ୍ୟ ସେବା କରିବା ଆଳ ରେ ଲୋକ ମାନଙ୍କୁ ଶୋଷଣ କରୁଛନ୍ତି । ନକଲି ଡାକ୍ତର ଙ୍କ ଚିକିତ୍ସା ରେ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଏହି ପଞ୍ଚାୟତ ରେ ସରକାରୀ ସ୍ୱାସ୍ଥ୍ୟ ସେବା ଠିକ୍ ଭାବରେ ନ ପହଂଚି ବାରୁ ଏହାର ସୁଯୋଗ ନେଉଛନ୍ତି  ଗୋଡିପଡା ଅଂଚଳ ର ଅନଭିଜ୍ଞ ନକଲି ଡାକ୍ତର ମାନେ । କିଏ ମଟର ସାଇକେଲ ରେ ଗାଁ ଗାଁ ବୁଲି ଚିକିତ୍ସା ଯୋଗାଉଛି ତ ଆଉ କିଏ ବିନା ପଞ୍ଜୀକରଣ ରେ ଚିକିତ୍ସା କେନ୍ଦ୍ର ଖୋଲି ଚିକିତ୍ସା କରୁଛି ।

ଆଦିବାସୀ ଅଧ୍ୟୁଷିତ ଅଂଚଳ ର ଲୋକ ମାନେ ସରକାରୀ ସ୍ୱାସ୍ଥ୍ୟ ସେବା ନପାଇବାରୁ ସେହି ନକଲି ଡାକ୍ତର ଙ୍କୁ ଦେବତା ସମାନ ମାନି ତାଙ୍କ ନିକଟ ରେ ଚିକିତ୍ସିତ ହେଉଛନ୍ତି । ଏହି ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ର ଜାମୁଗଣ୍ଡ ଗ୍ରାମ ରେ ଗୋଡିପଡା ଅଂଚଳ ର ଜଣେ ନକଲି ଡାକ୍ତର ଅଣପଞ୍ଜୀକୃତ ଚିକିତ୍ସା କେନ୍ଦ୍ର ଖୋଲିଥିବା ଅଭିଯୋଗ ହେଉଛି । ଏ ସର୍ମ୍ପକେ ରଣପୁର ଅଂଚଳ ର ସ୍ୱାସ୍ଥ୍ୟ ସେବା ଦାଇତ୍ୱ ରେ ଥିବା ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବୈଦ୍ୟନାଥ ନନ୍ଦ ଙ୍କ ଯୋଗାଯୋଗ କରିବାରେ କୁହନ୍ତି ଯେ ଏଭଳି  ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିବା ମୋ ନିକଟରେ ଖବର ନାହିଁ । ଆପଣଙ୍କ ଠାରୁ ଖବର ପାଇଲି  ସେହି ନକଲି ଡାକ୍ତର ଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଚଢାଉ କରିବା ପାଇଁ ଚାନ୍ଦପୁର ପୋଲିସ କୁ ରିପୋର୍ଟ କରାଯିବ । ଅପରପକ୍ଷେ ବନ୍ଦମୁଣ୍ଡା ଗ୍ରାମ ପଞ୍ଚାୟତ ଅପହଂଚ  ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଭ୍ରାମ୍ୟମାଣ ସରକାରି ଚିକିତ୍ସା ଯୋଗାଇଦେବା ପାଇଁ ଅଂଚଳବାସୀ ଅନୁରୋଧ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଉପରିସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବାଦି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.