Home କେନ୍ଦୁଝର ଚକ୍ଷୁ ପରୀକ୍ଷା ଶିବିର ଓ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଚକ୍ଷୁ ପରୀକ୍ଷା ଶିବିର ଓ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

277

ଘଟଗାଁ, ୧୬/୦୧(ଓଡିଆ ପୁଅ/ଭବାନୀ ପ୍ରସାଦ)- ଏନଏଚଆଇ ଓ ଏମଟିଏଲର ମିଳିତ ଆନୁକୁଲ୍ୟରେ ୩୧ ତମ ସଡକ ସୁରକ୍ଷା ସପ୍ତାହ ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ଖଣ୍ଟଘର ସ୍ଥିତ ଟୋଲପ୍ଲାଜା ନିକଟରେ ଏନଏଚଆଇ ବିଭାଗର ସାଇଡ ଇଂଜିନିୟର ସୁଭଦିପ ସାହା ସଭାପତିତ୍ୱରେ ଚକ୍ଷୁ ପରୀକ୍ଷା ଶିବିର ଓ ସଡକ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଅଂଚଳର ଜନସାଧାରଣ ଓ ଗାଡିଚାଳକ ମାନଙ୍କୁ ବିନା ମୁଲ୍ୟରେ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିବା ବେଳେ ଦୃଷ୍ଟିଶକ୍ତିରେ ସମସ୍ୟା ଥିବା ବ୍ୟକ୍ତି ମାନଙ୍କୁ ଚଷମା ମଧ୍ୟ ପ୍ରଦାନ କରାଯାଇଥିଲା।

ଏଥିସହିତ ଏନଏଚଆଇ କର୍ମଚାରୀ ମାନେ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ସମ୍ବନ୍ଧରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଏନଏଚଆଇ ବିଭାଗର ପିୟୁଟି ରୁଦ୍ର ପ୍ରତାପ ବେହେରାଙ୍କ ସମେତ ଅରୁପାନନ୍ଦ ଜେନା, ପ୍ରିୟବ୍ରତ କର, ଭାଗିରଥି ଦାସ, ମିଥିଲେସ ବେହେର, ସଞୟ ମହାନ୍ତି, ବାବନ ସାହୁ, ଅଭିନନ୍ଦ ରାୟ, ଅଶୋକ ମଲ୍ଲିକ, ପୁର୍ଣ୍ଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.