Home ଓଡ଼ିଶା ଯୋଡା : ପରିବା ବଜାର କେନ୍ଦ୍ରୀୟ ଖେଳ ପଡିଆକୁ ସ୍ଥାନାନ୍ତରିତ

ଯୋଡା : ପରିବା ବଜାର କେନ୍ଦ୍ରୀୟ ଖେଳ ପଡିଆକୁ ସ୍ଥାନାନ୍ତରିତ

328

ଯୋଡା, ୦୩ । ୪ (ଓଡିଆ ପୁଅ / ସେକ୍ ଡାବିର ମହମ୍ମଦ) : କରୋନାର ପ୍ରଭାବ ଦିନକୁ ଦିନ ସମଗ୍ର ଦେଶରେ ଉତ୍କଟ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଯୋଡା ପୌର ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା କଟକଣାକୁ ଗୁରୁତର ଭାବେ ନିଆଯାଇଛି । ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଶୁକ୍ରବାର ଦିନ ଠାରୁ ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ଲାଗୁଥିବା ଦୈନିକ ପରିବାର ବଜାରକୁ ଟାଟା କମ୍ପାନୀଙ୍କ କେନ୍ଦ୍ରୀୟ ଖେଳ ପଡିଆକୁ ସ୍ଥାନାନ୍ତରିତ କରାଯାଇଛି । ମାଛ, କୁକୁଡା ଦୋକାନକୁ ମଧ୍ୟ ସ୍ଥାନାନ୍ତିତ କରାଯାଇଥିବା ବେଳେ ମାଂସ, ଫଳ ଏବଂ ତେଜରାତୀ ଦୋକାନ ଗୁଡିକ ପୂର୍ବବତ ରହିଛି । ତେବେ ସକାଳ ୬ ଘଟିକାରୁ ୧୧ ଘଟିକା ଏବଂ ଅପରାହ୍ନ ୪ ଘଟିକାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲା ରହିବ ବୋଲି ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ବଜାର ଘାଟରେ କାଁ ଭାଁ ଲୋକ ଚଳ ପ୍ରଚଳ ହେଉଥିବା ଦେଖିବାକୁ ମିଳିଛି । ୨ ଚକିଆ ଯାନ ଚଳ ପ୍ରଚଳ ନାହିଁ କହିଲେ ଚଳେ । ସାମାଜିକ ଦୂରତ୍ୱ ନିର୍ବାହ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିଥିଲେ ମଧ୍ୟ ଦିନ ୨ଟାରୁ ୪ଟା ଏବଂ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କରୁଥିବାରୁ ସମାଜିକ ଦୂରତା ନିର୍ବାହ କରିବାରେ ଏହା ବାଧକ ସୃଷ୍ଟି କରିଛି । ଭାରିଯାନ ଗୁଡିକ ରାଜ୍ୟ ବାହାର ତଥା ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ନାଗାଲାଣ୍ଡ, ପଞ୍ଜାବ, ହରିୟାଣା, ଛତିଶଗଡ ଅଞ୍ଚଳରୁ ଚଳ ପ୍ରଚଳ ହେଉଥିବା ବେଳେ ଏଥିରେ କାର୍ଯ୍ୟ କରୁଥିବା ଡ୍ରାଇଭର ଏବଂ ଖଲାସିଙ୍କ ଯୋଗୁଁ କରୋଣା ଭୁତାଣୁ ବ୍ୟାପିବାର ଆଶଙ୍କା ରହିଛି । ଏହି ଟ୍ରକ ଗୁଡିକୁ କଡା କଡି ଯାଞ୍ଚ କରାଯାଉନଥିବା ବେଳେ ଏଥିରେ ଅନେକ ବାହାର ରାଜ୍ୟର ଶ୍ରମିକ ଲୁଚି ଯା ଆସ କରୁଥିବାର ନଜିର ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.