Home Coronavirus Outbreak ମୋଦୀଙ୍କ ଆହ୍ୱାନ: ଏମିତିରେ ଆପଣ ଲଣ୍ଠନ ବି ଜାଳି ପାରିବେ ..?

ମୋଦୀଙ୍କ ଆହ୍ୱାନ: ଏମିତିରେ ଆପଣ ଲଣ୍ଠନ ବି ଜାଳି ପାରିବେ ..?

699

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ଭିଡିଓ ସନ୍ଦେଶ ଜାରି କରି ଆସନ୍ତା ୫ ତାରିଖ ରବିବାର ଦିନ ରାତି ୯ଟା ସମୟରେ ୯ ମିନିଟ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରି ବାଲକୋନୀ କିମ୍ବା ଝରକା ପାଖରେ ଛିଡ଼ା ହୋଇ ମହମବତୀ, ଦୀପ, ଟର୍ଚ୍ଚ କିମ୍ବା ମୋବାଇଲ ଫ୍ଲାସ୍ ଲାଇଟ୍ ଜଳାଇବାକୁ ଆହ୍ୱାନ କରିଛନ୍ତି। ତେବେ ଏହାପରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍ ପ୍ରତାପ ଯାଦବ ଏକ ଟ୍ବିଟ କରି ଲେଖିଛନ୍ତି, “ଏମିତିରେ ଆପଣ ଲଣ୍ଠନ ବି ଜାଳି ପାରିବେ”। ସେହିପରି ଆରଜେଡିର ଟ୍ୱିଟର୍ ହ୍ୟାଣ୍ଡେଲରେ ଲେଖାଯାଇଛି “ଯଦି ଅନ୍ଧାର ହୋଇଛି ଲଣ୍ଠନ ଜାଳିବାରେ ମନା କେଉଁଠି?” ସୂଚନାଯୋଗ୍ୟ ଯେ ଆରଜେଡିର ନିର୍ବାଚନୀ ଚିହ୍ନ ଲଣ୍ଠନ।

ଭାରତରେ କରୋନା ଭାଇରସ୍ ହଟସ୍ପଟ୍! ଏତେ ପରିଶ୍ରମ ବୃଥା ନଯାଉ ..


/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.