Home ଓଡ଼ିଶା ଯୋଡା – ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଯୁବକ ଗିରଫ

ଯୋଡା – ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଯୁବକ ଗିରଫ

196

ଯୋଡା, ୧୧ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଅଞ୍ଚଳର ଜଣେ ୧୫ ବର୍ଷିଆ ନାବାଳିକାଙ୍କୁ ସେହି ଅଞ୍ଚଳର ରବିନ ମହାନ୍ତ (୨୬) ନାମକ ଜଣେ ଯୁବକ ନାବାଳିକାଙ୍କ ମୋବାଇଲରେ ଅଶ୍ଲିଳ ଭିଡିଓ ଦେବା ସହ ଫୋନ ଯୋଗେ ତାଙ୍କୁ ବିବାହ ପାଇଁ ଧମକ ଦେଇଥିଲେ । ସେ ବିବାହ ନକଲେ ନାବାଳିକାଙ୍କ ସହ ନିଜ ଅଶ୍ଲିଳ ଫଟୋ ଯୋଡି ସୋସିଆଲ ମିଡିଆରେ ଭାଇରାଲ କରି ବଦନାମ କରିବେ ବୋଲି ଧମକ ଦେଇଥିଲେ । ଏହି ଘଟଣାକୁ ନାବାଳିକା ଜଣଙ୍କ ତାଙ୍କ ବାପାକୁ କହିବା ପରେ ଏ ନେଇ ତାଙ୍କ ବାପା ଏକ ଲିଖିତ ଅଭିଯୋଗ ବାମେବାରୀ ଥାନାରେ କରିଥିଲେ । ଏହାକୁ ଭିତ୍ତି କରି ବାମେବାରୀ ପୁଲିସ ୭୪/୨୦ ରେ ପୋସ୍କୋ ଆଇନ ଅନୁଯାୟୀ ମାମଲା ଋଜୁ କରି ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.