Home ଓଡ଼ିଶା ପାରିବାରିକ କଳହରୁ ଆତ୍ମହତ୍ୟା, ରେଳ ଧାରଣାରେ କଟି ମହିଳାଙ୍କ ମୁଣ୍ଡ, ଗଣ୍ଡି ଅଲଗା

ପାରିବାରିକ କଳହରୁ ଆତ୍ମହତ୍ୟା, ରେଳ ଧାରଣାରେ କଟି ମହିଳାଙ୍କ ମୁଣ୍ଡ, ଗଣ୍ଡି ଅଲଗା

153

ଯୋଡା, ୧୧ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାଞ୍ଚଳର ଅନ୍ତର୍ଗତ ବଚୁ ହାଟିଂ ଠାରେ ଘରୋଇ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି । ବୁଧବାର ରାତିରେ ନିକଟସ୍ଥ ରାମଜାନ ହାଟିଂର ଜଣେ ୪୫ ବର୍ଷର ବିବାହିତ ମହିଳା ରାହାସ ନାଏକ ଘରୋଇ କଳହରୁ ନିକଟସ୍ଥ ରେଳ ଧାରଣାରେ ବେକ ରଖି ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଏତେ ବିଭତ୍ସ ଯେ, ଏଥିରେ ରାହାସ ନାଏକଙ୍କ ରେଳରେ କଟି ମୁଣ୍ଡ, ଗଣ୍ଡି ଅଲଗା ହୋଇଯାଇଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ, ରାହାସ ଚିତ୍ରସେନଙ୍କର ପ୍ରଥମ ପତ୍ନୀ । ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । କୌଣସି କାରଣ ବଶତଃ ତାଙ୍କ ପରିବାର ଭିତରେ ବୁଧବାର କଳହ ଲାଗିଥିବା ବେଳେ ସେ ରାତ୍ରୀରେ ଘରୁ ଚାଲିଯାଇ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.