Home ଓଡ଼ିଶା ଯୋଡା : ତାର ଚୋରି କରିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକ ମୃତ

ଯୋଡା : ତାର ଚୋରି କରିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକ ମୃତ

37

ଯୋଡା, ୨୧ା୬ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ ବୁଡି ଅଞ୍ଚଳରେ ଅବସ୍ଥିତି ବିଭିନ୍ନ ଗ୍ରାମ ଗୁଡିକୁ ପ୍ରଶାସନ ପକ୍ଷରୁ ମେସିନ ଲଗାଇ ଉଚ୍ଛେଦ କରାଯାଇଥିବା ବେଳେ ଉକ୍ତ ଗ୍ରାମ ଗୁଡିକରେ ଯାଇଥିବା ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଉନାହିଁ। କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଏବେ ମଧ୍ୟ ଖୁଣ୍ଟ ଗୁଡିକରେ ବିଦ୍ୟୁତ୍ ସ୍ରୋତ ଅବ୍ୟାହତ ରହିଛି। ବିଦ୍ୟୁତ୍ ବିଭାଗ ଏହି ଖାମଖିଆଲ ନୀତି ଯୋଗୁଁ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ବିରିକଳା ଗ୍ରାମରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଜାମିରା ମୁଣ୍ଡା। ମୃତକ ଜାମିରଙ୍କ ଘର ଇଙ୍ଗାଣିଝରଣ ମହୁଲ କ୍ୟାମ୍ପରେ ବୋଲି ଜଣାପଡିଛି। ସୂଚନା ମୁତାବକ ଯୋଡା ବ୍ଲକ ଅନ୍ତର୍ଗତ ବିରିକଳା ବୁଡି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଥିବା ଭାବି ମୁତକ ଜାମିରା ଏକ ୧୧କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢି ବିଦ୍ୟୁତ୍ ତାର ଚୋରି କରିବାକୁ ଯାଇଥିବା ବେଳେ ଏହା ସଂସ୍ପର୍ଶରେ ଆସି ଏହି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡିଛି। ତେଣୁ ଉଚ୍ଛେଦ ସ୍ଥାନରେ ଥିବା ବିଦ୍ୟୁତ୍ ସଂଯୋଗ ଗୁଡିକୁ ତୁରନ୍ତ ବିଚ୍ଛିନ୍ନ କରିବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.