Home ଓଡ଼ିଶା ଯୋଡା-ଟାଟା ଷ୍ଟିଲ ଫେରୋ ଆଲୟେଜ୍ କାରଖାନାକୁ ମର୍ଜ୍ୟାଦାସମ୍ପନ୍ନ କଳିଙ୍ଗ ନିରାପତ୍ତା ପୁରସ୍କାର

ଯୋଡା-ଟାଟା ଷ୍ଟିଲ ଫେରୋ ଆଲୟେଜ୍ କାରଖାନାକୁ ମର୍ଜ୍ୟାଦାସମ୍ପନ୍ନ କଳିଙ୍ଗ ନିରାପତ୍ତା ପୁରସ୍କାର

32

ଯୋଡା ୧୩/୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) :  ଯୋଡ଼ାସ୍ଥିତ ଟାଟା ଷ୍ଟିଲ ଫେରୋ ଆଲୟେଜ କାରଖାନାକୁ ୧୧ତମ ଓଡ଼ିଶା ରାଜ୍ୟ ନିରାପତ୍ତା ସମ୍ମିଳନୀ (ଓଏସ୍‌ଏସ୍‌ସି) ୨୦୨୦ରେସିଲଭର କେଟାଗୋରୀରେ ମର୍ଯ୍ୟାଦାସମ୍ପନ୍ନ ‘କଳିଙ୍ଗ ନିରାପତ୍ତା ପୁରସ୍କାର-୨୦୧୯’ରେ ସମ୍ମାନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଦିନ  ଭୁବନେଶ୍ୱରସ୍ଥିତ ନିୟୁ ମାରିୟନ୍ ହୋଟେଲ୍‌ରେ ଆୟୋଜିତ ହୋଇଥିଲା । ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ଶ୍ରୀ ବିଷ୍ଣୁପଦ ସେଠୀଙ୍କଠାରୁ ଯୋଡ଼ା ଫେରୋ ଆଲୟେଜ କାରଖାନା ମୁଖ୍ୟ ଶ୍ରୀ ଜି ପି ସାହୁ ଓ ଏଫ୍‌ଏପି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ନବ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀପାଳସ୍ଥିତ ଟାଟା ଷ୍ଟିଲ ଫେରୋ ଆଲୟେଜ କାରଖାନା (ଏଫ୍‌ଏପି) କୁ ଗୋଲ୍ଡ କେଟାଗୋରିରେ କଳିଙ୍ଗ ନିରାପତ୍ତା ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ବ୍ରାହ୍ମଣୀପାଳ ଏଫ୍‌ଏପି ପ୍ରଥମ ପୁରସ୍କାର ହାସଲ କରିଥିବାବେଳେ ଯୋଡ଼ା ଏଫ୍‌ଏପି ଲଗାତାର ଚତୁର୍ଥ ଥର ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଛି । ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ଉତ୍ପାଦକତା ପରିଷଦ ଓ ହାଇଦ୍ରାବଦାର ପବ୍ଲିକ୍ ଇଣ୍ଟରପ୍ରାଇଜ୍ ଇନ୍‌ଷ୍ଟିଚ୍ୟୁଟ୍ ସହଭାଗିତାରେ ଗୁଣବତ୍ତା ଓ ପରିବେଶ ପରିଚାଳନା ସେବା (ଆଇକ୍ୟୁଇଏମ୍‌ଏସ୍‌) ଦ୍ୱାରା ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ପ୍ରମୁଖ ଖନନ ଓ ନିର୍ମାଣ ଉଦ୍ୟୋଗର ବରିଷ୍ଠ ନେତୃମଣ୍ଡଳୀ, ଔଦ୍ୟୋଗିକ ବିଶେଷଜ୍ଞ ଓ ଖ୍ୟାତିସମ୍ପନ୍ନ ଅତିଥିମାନେ ଅଂଶଗ୍ରହଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ନିଜ ନିରାପତ୍ତା ବ୍ୟବସ୍ଥାରେ ସର୍ବୋଚ୍ଚ ଉତ୍କର୍ଷର ପ୍ରଦର୍ଶନ କରୁଥିବା ଶିଳ୍ପାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ଲକ୍ଷ୍ୟରେ ବିଭିନ୍ନ ବିଭାଗରେ ସଂସ୍ଥାମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ମାନିତ କରାଯାଉଥିବା ‘କଳିଙ୍ଗ ନିରାପତ୍ତା ପୁରସ୍କାର’ ଭାରତର ଅନ୍ୟତମ ମର୍ଯ୍ୟାଦାସମ୍ପନ୍ନ ପୁରସ୍କାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.