Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ କୋଭିଡ ପରିଚାଳନା , ରୋକି ହେଲାନି ସଂକ୍ରମଣ, ନିୟନ୍ତ୍ରଣରେ ଉଡିଗଲା ୫୦ କୋଟିରୁ...

ଭଦ୍ରକ ଜିଲାରେ କୋଭିଡ ପରିଚାଳନା , ରୋକି ହେଲାନି ସଂକ୍ରମଣ, ନିୟନ୍ତ୍ରଣରେ ଉଡିଗଲା ୫୦ କୋଟିରୁ ଉର୍ଦ୍ଧ ଟଙ୍କା

48

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ସମସ୍ତ ସତର୍କତା ଏବଂ ସଚେତନତା ସତ୍ୱେ ଭଦ୍ରକ ଜିଲ୍ଲାରେ ରୋକି ହେଲାନି କୋଭିଡ ସଂକ୍ରମଣ । ସରକାରୀ ସୁଚନା ମୁତାବକ ଜିଲ୍ଲାରେ ପ୍ରାୟ ୮ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ମାତ୍ର ୨୫ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କୋଭିଡ ପରୀକ୍ଷା ପ୍ରାୟ ୩ ଲକ୍ଷ ସୀମା ଛୁଇଁଛି । ଅନ୍ୟପକ୍ଷରେ ସରକାରୀ ଭାବେ ଜିଲ୍ଲାରେ ଯେତିକି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତାଠୁ ଢେର ଅଧିକ ଲୋକ କୋଭିଡ ସଂକ୍ରମିତ ହୋଇ ଘରୋଇ ଚିକିତ୍ସାରେ ରହି ଭଲ ହୋଇଥିବା ବେଳେ ମୁତ୍ୟୁ ସଂଖ୍ୟା ମଧ୍ୟ ସରକାରୀ ହିସାବ ଠାରୁ ଯଥେଷ୍ଟ ଅଧିକ କୁହାଯାଉଛି । ତଥାପି ସରକାରଙ୍କ କୋଭିଡ ନିୟନ୍ତ୍ରଣ ଏବଂ ପରିଚାଳନାରେ ଜିଲ୍ଲା ପ୍ରଶାସନ ଖର୍ଚ୍ଚ କରି ଦେଲେ ୫୦ କୋଟି ରୁ ଉର୍ଦ୍ଧ ଟଙ୍କା । ଯାହାର ଟିକିନିଖ ହିସାବ ଖୋଜିଲେ ଯଦିବା ମିଳୁନାହିଁ, ତେବେ ଯେତିକି ଖର୍ଚ୍ଚର ହିସାବ ମିଳୁଛି ତାକୁ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ । କୋଭିଡ ପରିଚାଳନା,ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ସେମାନଙ୍କ ରହିବା,ଖାଇବା ଏବଂ ସଙ୍ଗରୋଧ ଭତ୍ତା ରେ ସରକାରଙ୍କୁ ଅନ୍ୟୁନ ୫୦ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ କରିବାକୁ ପଡିଛି । ଏହି ସୁଚନା ଅନୁଯାଇ କୋଭିଡ ନିୟନ୍ତ୍ରଣ ସକାସେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କେୟାର ସେଂଟର,କୋଭିଡ ହସପିଟାଲକୁ ବାଦ ଦେଇ କେବଳ ୬୩୧ଗୋଟି ଟିଏମସି ପ୍ରସ୍ତୁତ କରାଯାଇଥିଲା । ପ୍ରତି ଟିଏମସି ରେ ପାଣି,ପାଇଖାନା,ବିଜୁଳି,ଖଟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ସକାସେ ସରକାରଙ୍କ ପକ୍ଷରୁ ଟିଏମସି ପିଛା ୫ ଲକ୍ଷ ଟଙ୍କା ହିସାବରେ ୩୧ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଥିଲା । ସେହିଭଳି ଅନ୍ତେବାସୀଙ୍କ ଖାଦ୍ୟପେୟ ବାବଦକୁ ମୁଣ୍ଡ ପିଛା ୧୨୦ ଟଙ୍କା ହିସାବରେ ୪ ମାସରେ ସରକାରଙ୍କୁ ପ୍ରାୟ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ କରିବାକୁ ପଡିଥିବା ବେଳେ ପ୍ରବାସୀଙ୍କ ସାବୁନ,ତେଲ,ବ୍ରସ,ପେଷ୍ଟ ରେ ୧ କୋଟି ୩୫ ଲକ୍ଷ ଏବଂ ବିଛଣାସଜରେ ୧ କୋଟି ୩୦ ଲକ୍ଷ ଏହିପରି ପ୍ରାୟ ୫୦ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ ହୋଇଥିବା କୁହାଯାଇଛି । କରୋନା ବେଳେ ସଙ୍ଗରୋଧରେ ରହିଥିବା ପ୍ରାୟ ୪୫ ହଜାର ପ୍ରବାସୀଙ୍କ ପିଛା ଏହି ଅର୍ଥ ଖର୍ଚ କରାଯାଇଥିବା କୁହାଯାଇଛି । ଏହି ଖର୍ଚ ସହିତ ସଙ୍ଗରୋଧିକାରୀଙ୍କ ସଙ୍ଗରୋଧ ଭତା ସାମିଲ କରାଗଲେ ଏହି ଖର୍ଚ ଆହୁରୀ ଅଧିକ ହେବ କୁହାଯାଉଛି ।

ସରକାରୀ ହିସାବ ଅନୁଯାଇ ଗତ ମଇ,ଜୁନ,ଜୁଲାଇ ଏବଂ ଅଗଷ୍ଟ ୪ ମାସରେ ଏହି ଅର୍ଥ ଖର୍ଚ କରାଯାଇଛି । ତେବେ ଟିଏମସି ଭିତ୍ତିଭୂମି ବିକାଶ ଏବଂ ସଙ୍ଗରୋଧକାରୀଙ୍କ ସକାସେ କିଣାଯାଇଥିବା ସପ-ମସିଣା,ବାଲତି,ମଗ,ଖଟ ଏବଂ ବିଜୁଳି ସରଞ୍ଜାମ ଏବେ ଖୋଜିଲେ ତାହାର ଚିହ୍ନବର୍ଣ୍ଣ ମିଳନଥିବା କୁହାଯାଇଛି । ଟିଏମସି ଦାୟିତ୍ୱରେ ଥିବା କେତେକ ସରପଂଚ ମାନଙ୍କ କହିବା ଅନୁଯାଇ ଟିଏମସି ବନ୍ଧ ହେବା ପରେ କିଛି ସଂଙ୍ଗରୋଧକାରୀ ଘରକୁ ଫେରିବା ସମୟରେ ଏହି ଜିନିଷ ସେମାନଙ୍କ ସାଙ୍ଗରେ ନେଇଯାଇଥିବା କହୁଥିବା ବେଳେ ଆଉକେତେକ ସଂକ୍ରମଣ ଆଶଙ୍କା କରି ଏହି ସବୁ ଜିନିଷକୁ ନଷ୍ଟ କରିଦିଆଯାଇଛି ବୋଲି ସଫେଇ ଦେଇଛନ୍ତି । ତେବେ ସରକାରୀ ଯାଂଚ ଆଶଙ୍କାରେ ଟିଏମସିର କିଛି ଜିନିଷ ଏବେ ମଧ୍ୟ ବିଭିନ୍ନ ପଂଚାୟତ ଗୃହ ନଚେନ ଅସ୍ଥାଇ ଟିଏମସି ଗୃହରେ ପକାଇ ରଖାଯାଇଥିବା କୁହାଯାଉଛି । ତେବେ ଜିଲ୍ଲାରେ ଟିଏମସି ପ୍ରତିଷ୍ଟା ଏବଂ ଏହାର ଭିତ୍ତିଭୂମି ବିକାଶ ଏବଂ ସଙ୍ଗରୋଧକାରୀଙ୍କ ବ୍ୟବହାର ସକାସେ ଉଦ୍ଧିଷ୍ଟ ଏହି ଖର୍ଚ୍ଚ ବାଦ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇବା ପରିବହନ ଖର୍ଚ ଏବଂ ସେମାନଙ୍କୁ ଦିଆଯାଇଥିବା ଖାଦ୍ୟପେୟ ବାବଦକୁ ଅଧିକ କୋଟି କୋଟି ଟଙ୍କା ଖର୍ଚ କରାଯାଇଥିଲେ ମଧ୍ୟ ଏହାର ସୁବିସ୍ତୃତ ତଥ୍ୟ ମିଳିବା ସମ୍ଭବ ହୋଇ ପାରି ନାହିଁ । ତଥାପି ଜିଲ୍ଲାରେ କୋଭିଡ ପରିଚାଳନାରେ ସରକାରୀଭାବେ ଯେତିକି ଟଙ୍କା ଖର୍ଚ ହୋଇଛି ତାର ଟିକିନିଖ ହିସାବ ହେଲେ ସରକାରୀ ପ୍ରଦତ ଅର୍ଥର ୫୦ ପ୍ରତିଶତ ଅର୍ଥ ବାଟମାରଣା ହୋଇ ଯାଇଥିବା ଅଭିଯୋଗ ହୋଇଛି । ଯାହାର ଉଚ୍ଚସ୍ତରିୟ ତଦନ୍ତ ଦାବୀ କରାଯାଇଛି । କାରଣ ଭଦ୍ରକ ଜିଲ୍ଲାରେ କୋଭିଡ ପରିଚାଳନାରେ ସବୁଠାରୁ ବଡ ଘୋଟାଲା ଟିଏମସି ପରିଚାଳନାରେ ହୋଇଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.