Home ଓଡ଼ିଶା ଯୋଡା : ଟାଟା କମ୍ପାନୀଙ୍କ କାଟାମାଟୀ ଖଣିରେ ଗ୍ରାମବାସୀଙ୍କ ଧାରଣା ଚତୁର୍ଥ ଦିନରେ

ଯୋଡା : ଟାଟା କମ୍ପାନୀଙ୍କ କାଟାମାଟୀ ଖଣିରେ ଗ୍ରାମବାସୀଙ୍କ ଧାରଣା ଚତୁର୍ଥ ଦିନରେ

245

ଯୋଡା,୨୬/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଓଡିଶା-ଝାରଖଣ୍ଡ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଟାଟା କମ୍ପାନୀଙ୍କର କାଟାମାଟି ଲୌହ ପଥର ଖଣିରେ କମ୍ପାନୀର ବୈମାତୃକ ମନୋଭାବ ଯୋଗୁଁ ସ୍ଥାନୀୟ ବାସିନ୍ଦା ଏହି ଖଣିଟିରୁ କୌଣସି ପ୍ରକାର ସୁବିଧା ସୁଯୋଗ ପାଉନଥିବା ଅଭିଯୋଗ କରି ଦେଓଝର, ବିରିକଳା, କଣ୍ଡରା, ଅଂଶେଇକଲା ଓ ଚମକପୁର ଏହିପରି ୫ଟି ପଞ୍ଚାୟତର ଶହ ଶହ ଆଦିବାସୀ ହରିଜନ ତଥା ପଛୁଆ ବର୍ଗର ବାସିନ୍ଦା ସୋମବାରଠାରୁ କାଟାମାଟି ଖଣିର ମୂଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏହି ଧାରଣା ଗୁରୁବାର ଚତୁର୍ଥ ଦିନରେ ପହଞ୍ଚôଥିବା ବେଳେ ଧାରଣାରେ ବସିଥିବା ଗ୍ରାମବାସୀମାନେ ବର୍ଷାରେ ଭିଜି ନିଆଁ ଜଳାଇ ଏହି ଧାରଣାକୁ ଜାରିରଖିଛନ୍ତି । ୨୫ ବର୍ଷ ତଳେ ଟାଟା କମ୍ପାନୀଙ୍କ କାଟାମାଟି ଖଣିଟିରେ ଖଣି କାର୍ଯ ଆରମ୍ଭ ହୋଇଥିବା ବେଳେ ଖଣି ଅଞ୍ଚଳ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ପ୍ରାୟ ୬୦ଟି ପରିବାରକୁ ସେଠାରୁ ବିସ୍ଥାପିତ ହେବାକୁ ପଡିଥିଲା । ତେବେ ଅଦ୍ୟାବଧି ଏହି ବିସ୍ଥାପିତ ପରିବାରକୁ କମ୍ପାନୀ ଥଇଥାନ କରିବାରେ ଅସମର୍ଥ ହୋଇଥିବା ଜଣାପଡିଛି । ଏହି ବନବାସୀ ମାନେ ଜଙ୍ଗଲରୁ ବନ୍ୟ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ ଗୋ-ମେଷାଦୀ ପାଳନ କରି ନିଜର ଜୀବିକା ନିର୍ବାହ କରୁଥିଲେ । କେହି କେହି ଅଳ୍ପ ବହୁତ ଚାଷ ବାସ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ତେବେ କାଟାମାଟି ଖଣିରେ ଯାନ୍ତ୍ରୀକ ଉପାୟରେ ଖଣିଜ ଉତ୍ତୋଳନ ଯୋଗୁଁ ବ୍ୟାପକ ଜଙ୍ଗଲ ଧ୍ୱଂସ, ଚାରଣ ଭୁମିର ଅଭାବ ଏବଂ ପ୍ରଦୂଷଣ ଯୋଗୁଁ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯିବା ପରେ ଏହି ଅଧିବାସୀମାନେ ନିଜର ଜୀବିକା ହରାଇ ବସିଛନ୍ତି । ୨୦୧୬ ଜନଶୁଣାଣୀ ସମୟରେ କମ୍ପାନୀ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ କରିବାରେ ସମର୍ଥ ହୋଇନାହିଁ । ପ୍ରତିଶ୍ରୁତି ମୁତାବକ କମ୍ପାନୀର ପାରିପାଶ୍ୱିର୍କ ଉନ୍ନୟନ ସମ୍ପୂର୍ଣ୍ଣ ନିରାଶ ଜନକ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏପରିକି ଖଣିଜ ଉତ୍ତୋଳନ ଯୋଗୁଁ ପ୍ରଭାବିତ ୫ଟି ପଞ୍ଚାୟତର କାହାରିକୁ ଜଣେ ହେଲେ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ । ବିଭିନ୍ନ ସମୟରେ ଟାଟା କମ୍ପାନୀ କିଛି ମୁଷ୍ଟିମେୟ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ହାତ କରି ଗରିବ ନିରୀହ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଦମନ କରିଆସିଛି ବୋଲି ଆନେ୍ଦାଳନକାରିମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ମହଲରୁ ଦାବୀ ପରେ ଖଣିରୁ ନିକଟସ୍ଥ ଟାଟା ସ୍ପଞ୍ଜକୁ ହେଉଥିବା ପରିବହନର କିଛି ଅଂଶ ପରିବହନ କାର୍ଯ୍ୟ ଏକ ସଂଗଠନ ମାଧ୍ୟମରେ ଦିଆଯାଇ କମ୍ପାନୀ ପଞ୍ଚାୟତବାସୀଙ୍କୁ କିଛି ପରିମାଣରେ ସହାୟତା ଯୋଗାଇଆସୁଥିଲେ । ତେବେ କିଛିନ ଦିନ ହେବ କମ୍ପାନୀ ଲାଭ ଖୋର ମନବୃତି ଯୋଗୁଁ ଜଣେ ବାହାର ରାଜ୍ୟର ଠିକାଦାର ନିଯୁକ୍ତିକରି ଏହି ପରିବହନ କାର୍ଯ୍ୟ କରି ଆସୁଥିବା ବେଳେ ଏହା ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜିବୀକା ଉପରେ ପ୍ରଭାବ ପକାଇଛି । ଠିକା ସଂସ୍ଥା ମାଧ୍ୟମରେ କେତେକ ଖଣିରେ ନିଯୁକ୍ତି ପାଇଥିବା ବେଳେ ସେମାନଙ୍କୁ ମଧ୍ୟ ଚଞ୍ଚକତା କରି ବାହାର କରିଦିଆଯାଇଛି । ଖଣି ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହି ଖଣି ପ୍ରଭାବିତ ଗ୍ରାମବାସୀମାନେ ପ୍ରତାରଣାର ଶୀକାର ହୋଇ ୨୦୧୪ ମସିହା ଠାରୁ ବାରମ୍ବାର ଆନେ୍ଦାଳନ, ଧର୍ମଘଟ ମାନ କରିଆସୁଥିଲେ ମଧ୍ୟ କମ୍ପାନୀ ବିଭିନ୍ନ ମାଧ୍ୟମରେ ସେମାନଙ୍କ ସ୍ୱରକୁ ଚପାଇଦେଇଆସିଛି । ଗତ ୪ମାସ ମଧ୍ୟରେ ଗ୍ରାମବାସୀମାନେ କମ୍ପାନୀରୁ ୪ଥର ପତ୍ର ମାଧ୍ୟମରେ ସେମାନଙ୍କର ଅଭିଯୋଗ ଜଣାଇଥିଲେ ମଧ୍ୟ କମ୍ପାନୀ ଥରେ ହେଲେ ସେମାନଙ୍କର ଉତ୍ତର ଦେବାକୁ ଉଚିତ ମନେକରିନାହିଁ । ବିସ୍ଥାପିତଙ୍କୁ ଥଇଥାନ, ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ପରିବହନରେ ଗ୍ରାମବାସୀଙ୍କୁ ଅଗ୍ରାଧିକାର ଦାବୀ କରି ଶତାଧିକ ମହିଳା ପୁରୁଷ ହାତରେ କମ୍ପାନୀ ବିରୋଧି ସ୍ଲୋଗାନ ଧରି ମୂଖ୍ୟ ପାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣରେ ବସିରହିଥିବା ଦେଖିବାକୁ ମିଳିିଛି । ଗୁରୁବାର ଦିନ ବର୍ଷା ସାଙ୍ଗକୁ ହାଡ ଭଙ୍ଗା ଶୀତରେ ଏହି ଗ୍ରାମବାସୀମାନେ ନିଆଁ ଜାଳି ସକାଳ ୮ ଘଟିକାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିୟମିତ ବସିରହିଥିବା ବେଳେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସେମାନେ ଦୃଢୋକ୍ତି ପ୍ରଦାନ କରିଛନ୍ତି । ବୁଧବାର ଦିନ ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଶର୍ମା ଆନେ୍ଦାଳନକାରୀଙ୍କ ସହିତ ଯୋଗଦେଇ ସେମାନଙ୍କର ଦାବୀ ଗୁଡିକ ଯଥାର୍ଥ ବୋଲି କହିବା ସହ ସେମାନଙ୍କ ମନବଳ ଦୃଢ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.