Home ଓଡ଼ିଶା ଯୋଡା : ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଚାଷୀଙ୍କୁ ସାର ବିତରଣ

ଯୋଡା : ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଚାଷୀଙ୍କୁ ସାର ବିତରଣ

67
????????????????????????????????????

ଯୋଡା, 04/06 (ଓଡିଆପୁଅ / ସେକ୍ ଜାବିର ମହମ୍ମଦ) : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ସାମାଜିକ ଶାଖା ଜେଏସପିଏଲ ଫାଉଣ୍ଡେସନ, କୋଭିଡ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ନିକଟବର୍ତ୍ତୀ ଅଂଚଳର ଗରିବ ଚାଷୀ ମାନଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କୁ ଖରିଫ ଚାଷ ପାଇଁ ସାର ବିତରଣ କରିଛି I ଏହି କାର୍ଯ୍ୟକ୍ରମରେ ଦେଓଝର ଏବଂ କଣ୍ଡରା ଗ୍ରାମପଞ୍ଚାୟତ ର ପ୍ରାୟ 60 ଜଣ ଚାଷୀଙ୍କର 70 ଏକର ଜମି ଅନ୍ତର୍ଭୁକ୍ତ କରାଯାଇଛି I ଜେଏସପିଏଲ ଫାଉଣ୍ଡେସନ ର ଏଭଳି ଏକ ପଦକ୍ଷେପ କୁ ପ୍ରଶଂସା କରି ମୁର୍ଗା ଗ୍ରାମର ପାଣ୍ଡୁ ମୁଣ୍ଡା କହିଲେ, “କୋଭିଡ଼ ମହାମାରୀ ଯୋଗୁଁ ଗତ ବର୍ଷ ଖୋଲାବଜାର ଏବଂ ମଣ୍ଡି ପ୍ରାୟତଃ ବନ୍ଦ ଥିବାରୁ ଆମେ ବହୁତ କ୍ଷତି ସହିଥିଲୁ I ଏ ବର୍ଷ ମଧ୍ୟ ଧାନ ବୁଣା କାର୍ଯ୍ୟ ଆରମ୍ଭ ହୋଇ ଯାଇଥିବାରୁ ଆମେ ସବୁ ଚାଷ କାମ କୁ ନେଇ ଚିନ୍ତା ରେ ଥିଲୁ I ସମ୍ବଳ ଅଭାବରୁ ଆମର ବହୁ ଚାଷୀ ଭାଇ ମାନେ ଏବର୍ଷ ଚାଷ ନ କରିବାକୁ ମଧ୍ୟ ମନସ୍ଥ କରିଥିଲେ I କିନ୍ତୁ ଯଥା ସମୟରେ ଜେଏସପିଏଲ ଫାଉଣ୍ଡେସନ ଆମକୁ ସହାୟତାର ହାତ ବଢ଼ାଇ ଥିବା ଯୋଗୁଁ ଏହା ଆମ ମନରେ ଏକ ନୂତନ ଆଶା ସୃଷ୍ଟି କରିଛି” I କୋଭିଡ ମହାମାରୀ ଯୋଗୁଁ କ୍ଷତି ସହିଥିବା ଚାଷୀ ମାନଙ୍କର ଭରଣା ତଥା ଅମଳ ବୃଦ୍ଧି କରିବା ନିମନ୍ତେ, ସାର ଯୋଗାଇବା ବ୍ୟତୀତ ଜେଏସପିଏଲ ଫାଉଣ୍ଡେସନ ତରଫରୁ ଚାଷୀ ମାନଙ୍କୁ ଚାଷ ସମ୍ବନ୍ଧୀୟ ପରିଚାଳନା ତଥା ପୋକ ଦାଉରୁ ଚାଷକୁ ରକ୍ଷା କରିବାପାଇଁ ସରକାରୀ କୃଷି ଅଧିକାରୀଙ୍କ ସହାୟତା ପ୍ରଦାନ କରାଯାଇଛି I ଏହାଦ୍ୱାରା ଚାଷୀ ମାନେ ବୁଣା ଠାରୁ ଅମଳ ପର୍ଯ୍ୟନ୍ତ ସମସ୍ତ ବିଷୟରେ ବୈଷୟିକ ସହାୟତା ପାଇପାରିବେ I “ଆମେ ପ୍ରତିବର୍ଷ ପୁରାତନ ପ୍ରଣାଳୀ ରେ ଚାଷ କାର୍ଯ୍ୟ କରୁଥିବାରୁ ଲାଭ ଖୁବ କମ ହେଉଥିଲା I ମାତ୍ର ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ଦିଆଯାଉଥିବା ସହାୟତା ଯୋଗୁଁ ଆମେ ଅଧିକ ଅମଳ କରିବା ସହ ଆମର ମନୋବଳ ମଧ୍ୟ ବୃଦ୍ଧି ପାଇଛି I ଏଥି ପାଇଁ ଆମେ କମ୍ପାନୀ ପ୍ରତି କୃତଜ୍ଞତା ଜ୍ଞାପନ କରୁଛୁ,” ଦାମପୁର ଗାଁ ର ଗୁରା ମୁଣ୍ଡା କହିଲେ I ଏହି ଅଂଚଳରେ ଜେଏସପିଏଲ ଫାଉଣ୍ଡେସନ, ଚାଷୀ ମାନଙ୍କର ଦକ୍ଷତା ବୃଦ୍ଧି ଠାରୁ ଆରମ୍ଭ କରି ଜୀବିକା ଉପାର୍ଜନ ଏବଂ ଚାଷ ର ଅମଳ ବୃଦ୍ଧି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହାୟତା କରିଆସୁଛି I ଏଯାବତ ପାର୍ଶ୍ଵବର୍ତ୍ତୀ କଣ୍ଡରା, ବିରିକଳା, ଦେଓଝର ଏବଂ ଅଁଶେଇକଳା ଗ୍ରାମ ପଂଚାୟତ ର ପ୍ରାୟ 5000 ଚାଷୀ ଜେଏସପିଏଲ ଫାଉଣ୍ଡେସନ ର ବିଭିନ୍ନ ପ୍ରକାର ଚାଷୀ ହିତାଭିମୁଖୀ କାର୍ଯ୍ୟକ୍ରମ ରୁ ଲାଭାନ୍ଵିତ ହୋଇଛନ୍ତି I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.