Home ଓଡ଼ିଶା ଯୋଡା : ଗ୍ରାମ୍ୟ ସଡକରେ ସାରଦା ଖଣିରୁ ଲୁହାପଥର ପରିବହନକୁ ବିରୋଧ

ଯୋଡା : ଗ୍ରାମ୍ୟ ସଡକରେ ସାରଦା ଖଣିରୁ ଲୁହାପଥର ପରିବହନକୁ ବିରୋଧ

351

ଯୋଡା, ୧୮ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଦେଇ ସାରଦା ଖଣିରୁ ଲୌହ ପଥର ପରିବହନକୁ ଠାକୁରାଣୀ ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି । ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସେରେଣ୍ଡା ଗ୍ରାମପଞ୍ଚାୟତର ଠାକୁରାଣୀ, ସୋୟାବାଲି, ଦଲକି ପ୍ରଭୁତି ଗ୍ରାମ ଅବସ୍ଥିତ ଥିବା ବେଳେ ଏହି ଗ୍ରାମ୍ୟ ସଡକ ପଥକୁ ସାରଦା ଖଣି କର୍ତ୍ତୁପକ୍ଷ ବ୍ୟବହାର କରି ବଡବିଲ, ବଲାଣୀ ପ୍ରଭୁତି ରେଳ ସାଇଡିଂକୁ ଲୁହାପଥର ପରିବହନ କରିଥାନ୍ତି । ଯାହା ସମ୍ପୂର୍ଣ୍ଣ ଭାବେ ଅବୈଧ ବୋଲି ଠାକୁରାଣୀ ସୁରକ୍ଷା ସମିତି ଅଭିଯୋଗ କରିଛି । ସାରଦା ଖଣିରୁ ଲୁହାପଥର ପରିବହନ ନିମନ୍ତେ ମୁର୍ଗା ରାସ୍ତା ଥିବା ବେଳେ ଖଣି କମ୍ପାନୀ କିଛି ସରକାରୀ ଅଧିକାରୀଙ୍କୁ ହାତ କରି ୫୨୦ନଂ ରାଜପଥରେ ଏହାକୁ ପରିବହନ ନକରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଏହି ଗ୍ରାମ୍ୟ ରାସ୍ତାକୁ ବ୍ୟବହାର କରୁଥିବା ଫଳରେ ଅତ୍ୟଧିକ ଧୂଳି, ଧୁଆଁ ଉଡି ଗ୍ରାମବାସୀମାନଙ୍କର ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏବଂ ଏହି ଭାରିଯାନ ଦ୍ୱାରା ପରିବହନ ଯୋଗୁଁ ବାରମ୍ବାର ଗ୍ରାମବାସୀମାନଙ୍କୁ ଦୁର୍ଘଟଣାର ସମ୍ମୁଖିନ ହେବାକୁ ପଡୁଛି । ରାଜ୍ୟ ବାହାର ଭାରିଯାନ ବ୍ୟାପକ ପରିମାଣରେ ଚଳାଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେକାର ଯୁବକମାନେ କରଜ କରି କିଣିଥିବା ଛୋଟ ଟ୍ରକ ଗୁଡିକୁ ଅନୁମତି ଦିଆଯାଉନାହିଁ । ଫଳରେ ସେମାନେ କାମଧନ୍ଦା ହାରଇବସିଛନ୍ତି । ଏ ନେଇ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ପ୍ରଶାସନୀକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ନେଇ ସେମାନେ ସୋମବାର ଦିନ ଏକ ଲିଖିତ ଅଭିଯୋଗ କେନ୍ଦୁଝର ଜିଲ୍ଲାପାଳ, ଖଣି ନିର୍ଦ୍ଦେଶକ, ଭୁବନେଶ୍ୱର, ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ, କେନ୍ଦୁଝର ଜିଲ୍ଲା ଜଙ୍ଗଲ ଅଧିକାରୀ, ବଡବିଲ ବନପାଳ, ଚମ୍ପୁଆ ଉପଜିଲ୍ଲାପଳ, ବଡବିଲ ତହସିଲଦାର, ବଡବିଲ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ, ଯୋଡା ବ୍ଲକ ଉନ୍ନୟନ ଅଧିକାରୀ, କେନ୍ଦୁଝର ଆରକ୍ଷୀ ଅଧିକ୍ଷକ, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ, ବଡବିଲ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ପତ୍ରରେ ସେମାନେ ଜଣାଇଛନ୍ତି ଯେ, ତିନି ଦିନ ମଧ୍ୟରେ ସରକାର ପଦକ୍ଷେପ ଗ୍ରହଣ ସ୍ୱରୁପ ସଂରକ୍ଷିତ ଜଙ୍ଗଲ ଏବଂ ଗ୍ରାମ୍ୟ ସଡକରେ ପରିବହନ ବନ୍ଦ କରି ମୁଖ୍ୟ ସଡକରେ ପରିବହନ କରିବା ଏବଂ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଗ୍ରାଧିକାର ଭିତ୍ତିରେ ପରିବହନ ଆଦେଶ ଦିଆନଗଲେ ସାରଦାର ଏହି ପରିବହନକୁ ସେମାନେ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଠାକୁରାଣୀ ସୁରକ୍ଷା ସମିତିରେ ବଡବିଲ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଯାତ୍ରୀ ନାଏକ, ସୋୟାବାଲିର ଜୟନ୍ତି ପାତ୍ର, ଅର୍ଜୁନ ସୋରେନ, ଜନ୍ମଜୟ ପାତ୍ର, ସୁରେଶ ପାତ୍ର, ଚନ୍ଦ୍ରଗୁପ୍ତ ପ୍ରସାଦ ଓ ୧୧୭ ଜଣ ସଦସ୍ୟ ସୁରକ୍ଷା ସମିତି ସହିତ ନିଜର ସହମତି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.