Home ଓଡ଼ିଶା ବ୍ରଜରାଜପୁର ସରପଂଚଙ୍କ ଦ୍ୱାରା ୨ଟି ରାଜସ୍ୱ ଗ୍ରାମ ସଟ୍‌ଡାଉନ୍ ଘୋଷଣା

ବ୍ରଜରାଜପୁର ସରପଂଚଙ୍କ ଦ୍ୱାରା ୨ଟି ରାଜସ୍ୱ ଗ୍ରାମ ସଟ୍‌ଡାଉନ୍ ଘୋଷଣା

130

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୫-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ସରପଂଚଙ୍କ ଦ୍ୱାରା ସଟ୍‌ଡାଉନ୍ ଘୋଷଣା ଜିଲ୍ଲାରେ ଏହା ପ୍ରଥମ ଘଟଣା । ରଣପୁର ବ୍ଲକ୍ କୁ ଲାଗି ରହିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅଂଚଳ । ତେଣୁ ବେଗୁନିଆ ବ୍ଲକ୍ ଅଂଚଳରେ କରୋନା ପଜେଟିଭ ବାହାରିବା ଫଳରେ ରଣପୁା ବାସୀ ସତର୍କ ହୋଇ ଉଠିଛନ୍ତି । ରଣପୁର ବ୍ଲକ୍ ର ବ୍ରଜରାଜପୁର ଗ୍ରାମ ପଂଚାୟତ ସରପଂଚ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ ରାଜସ୍ୱ ଗ୍ରାମ କୁଂଜବନ ଓ ବାମଡାକୁ ୪୮ ଘଣ୍ଟା ପାଇଁ ମେ ୧୮ ତାରିଖ ରାତି ୧୨ଟାରୁ ୨୦ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ସରପଂଚ ସୁକାନ୍ତ ଚନ୍ଦ୍ର ସାମନ୍ତରାୟଙ୍କ କହିବା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ହଜ ଗ୍ରାମ ପଂଚାୟତ ରୁ ବାହାରିଥିବା କରୋନା ପଜେଟିଭ ବ୍ୟକ୍ତି କୁଂଜବନ ଓ ବାମଡା ନିକଟ ଶଗଡଭଙ୍ଗା ପଂଚାୟତ ଗୋଡିକିଲୋ ଗ୍ରାମକୁ କିଛି ଦିନ ଆସି ଲୁଚି ରହିଥିଲେ ।

ତେଣୁ ସେ ଆକ୍ରାନ୍ତ ବ୍ୟକ୍ତି ଓ ଗୋଡିକିଲୋ ରେ ଯେଉଁ ବ୍ୟକ୍ତିଙ୍କ ଘରେ ରହୁଥିଲେ ସେ ବାମଡା ଓ କୁଂଜବନ ଆଦିବାସୀ ସାହିକୁ ଆସି ତାସ ଖେଳିବା ସହ ପ୍ରାୟ ୮ ଜଣ ବ୍ୟକ୍ତିଙ୍କ ସହ ମିଳା ମିଶା କରିଥିଲେ । ତେଣୁ କରୋନା ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ଅନ୍ୟ ଉପାୟ ନ ପାଇ ଦୁଇ ରାଜସ୍ୱ ଗ୍ରାମକୁ କୋଭିଡ୍‌-୧୯ ଆଇନ ଅନୁଯାୟୀ ସଟ୍‌ଡାଉନ(ସମ୍ପୁର୍ଣ୍ଣ ବନ୍ଦ) କରିବା ପାଇଁ ନିଷ୍ପତି ନେଇଥିବା ଜଣାଇଛନ୍ତି । ସଟ୍‌ଡାଉନ୍ ନିତି ନିୟମରୁ କେହି ବର୍ହିଭୁତ ହେଲେ କୋଭିଡ୍‌-୧୯ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ । କିଛି ଜରୁରୀ ଅତ୍ୟାବଶ୍ୟକୀୟ କାର୍ଯ୍ୟ ପଡିଲେ ସରପଂଚଙ୍କ ସହ ଯୋଗା ଯୋଗ କରିବେ । ସରପଂଚ ସମସ୍ୟାର ସମାଧାନ କରିବେ ବୋଲି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.