Home ଓଡ଼ିଶା ଯୋଡା : ଗ୍ରାମ୍ୟ ଓ ଜଙ୍ଗଲ ରାସ୍ତାରେ ଲୁହାପଥର ପରିବହନକୁ ବିରୋଧ, ୧ରୁ ଧାରଣା

ଯୋଡା : ଗ୍ରାମ୍ୟ ଓ ଜଙ୍ଗଲ ରାସ୍ତାରେ ଲୁହାପଥର ପରିବହନକୁ ବିରୋଧ, ୧ରୁ ଧାରଣା

144

ଯୋଡା, ୨୭ । ୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଦେଇ ସାରଦା ଖଣିରୁ ଲୌହ ପଥର ପରିବହନକୁ ଠାକୁରାଣୀ ସୁରକ୍ଷା ସମିତି ପକ୍ଷରୁ ବିରୋଧ କରାଯାଇଛି । ଏ ନେଇ ଗତ ୧୮ ତାରିଖରେ ସେମାନେ ପ୍ରଶାସନୀକ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରି ତିନି ଦିନ ମଧ୍ୟରେ ଏହାର ପ୍ରତିକାର କରାନଗଲେ ଏହି ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଚେତାବନୀ ଦେଇଥିଲେ । ଏହି ଅବଧି ପୁରିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଫଳରେ ଠାକୁରାଣୀ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ୧ ତାରିଖ ଠାରୁ ସୋୟାବାଲୀ-ଠାକୁରାଣୀ ରାସ୍ତା ଉପରେ ଅନିର୍ଦ୍ଧିଷ୍ଠକାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ସ୍ଥିର କରାଯାଇଛି । ସୂଚନା ଯୋଗ୍ୟ, ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସେରେଣ୍ଡା ଗ୍ରାମପଞ୍ଚାୟତର ଠାକୁରାଣୀ, ସୋୟାବାଲି, ଦଲକି ପ୍ରଭୁତି ଗ୍ରାମ ଅବସ୍ଥିତ ଥିବା ବେଳେ ଏହି ଗ୍ରାମ୍ୟ ସଡକ ପଥକୁ ସାରଦା ଖଣି କର୍ତ୍ତୁପକ୍ଷ ବ୍ୟବହାର କରି ବଡବିଲ, ବଲାଣୀ ପ୍ରଭୁତି ରେଳ ସାଇଡିଂକୁ ଲୁହାପଥର ପରିବହନ କରିଥାନ୍ତି । ଯାହା ସମ୍ପୂର୍ଣ୍ଣ ଭାବେ ଅବୈଧ ବୋଲି ଠାକୁରାଣୀ ସୁରକ୍ଷା ସମିତି ଅଭିଯୋଗ କରିଛି । ସାରଦା ଖଣିରୁ ଲୁହାପଥର ପରିବହନ ନିମନ୍ତେ ମୁଖ୍ୟ ରାସ୍ତା ମୁର୍ଗା ଦେଇ ୫୨୦ନଂ ରାଜପଥ ଥିବା ବେଳେ ଖଣି କମ୍ପାନୀ କିଛି ସରକାରୀ ଅଧିକାରୀଙ୍କୁ ହାତ କରି ସଂରକ୍ଷିତ ତଥା ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଥିବା ଏହି ରାସ୍ତାକୁ ବ୍ୟବହାର କରୁଥିବା ଫଳରେ ଅତ୍ୟଧିକ ଧୂଳି, ଧୁଆଁ ଉଡି ଗ୍ରାମବାସୀମାନଙ୍କର ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲାଭ ଖୋର ମନବୃତ୍ତି ରଖି ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ ଏହି ସଂକ୍ଷିପ୍ତ ରାସ୍ତାକୁ କମ୍ପାନୀ ବ୍ୟବହାର କରୁଥିବା ବେଳେ ଭାରିଯାନ ଦ୍ୱାରା ପରିବହନ ଯୋଗୁଁ ବାରମ୍ବାର ଗ୍ରାମବାସୀମାନଙ୍କୁ ଦୁର୍ଘଟଣାର ସମ୍ମୁଖିନ ହେବାକୁ ପଡୁଛି । ରାଜ୍ୟ ବାହାର ଭାରିଯାନ ବ୍ୟାପକ ପରିମାଣରେ ଚଳାଚଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେକାର ଯୁବକମାନେ ଉଧାର କରଜ କରି କିଣିଥିବା ଛୋଟ ଟ୍ରକ ଗୁଡିକୁ ଅନୁମତି ଦିଆଯାଉନାହିଁ । ଫଳରେ ସେମାନେ କାମଧନ୍ଦା ହାରଇବସିଛନ୍ତି । ଏ ନେଇ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ପ୍ରଶାସନୀକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ନେଇ ସେମାନେ ୧୮ ତାରିଖ ଦିନ ଏକ ଲିଖିତ ଅଭିଯୋଗ କେନ୍ଦୁଝର ଜିଲ୍ଲାପାଳ, ଖଣି ନିର୍ଦ୍ଦେଶକ ଭୁବନେଶ୍ୱର, ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ, କେନ୍ଦୁଝର ଜିଲ୍ଲା ଜଙ୍ଗଲ ଅଧିକାରୀ, ବଡବିଲ ବନପାଳ, ଚମ୍ପୁଆ ଉପଜିଲ୍ଲାପଳ, ବଡବିଲ ତହସିଲଦାର, ବଡବିଲ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ, ଯୋଡା ବ୍ଲକ ଉନ୍ନୟନ ଅଧିକାରୀ, କେନ୍ଦୁଝର ଆରକ୍ଷୀ ଅଧିକ୍ଷକ, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ, ବଡବିଲ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏହି ପତ୍ରରେ ସେମାନେ ତିନି ଦିନ ମଧ୍ୟରେ ସରକାର ପଦକ୍ଷେପ ଗ୍ରହଣ ସ୍ୱରୁପ ସଂରକ୍ଷିତ ଜଙ୍ଗଲ ଏବଂ ଗ୍ରାମ୍ୟ ସଡକରେ ପରିବହନ ବନ୍ଦ କରି ମୁଖ୍ୟ ସଡକରେ ପରିବହନ କରିବା ତଥା ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଗ୍ରାଧିକାର ଭିତ୍ତିରେ ପରିବହନ ଆଦେଶ ଦିଆନଗଲେ ସାରଦାର ଏହି ପରିବହନକୁ ସେମାନେ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଥିଲେ । ଏହି ଠାକୁରାଣୀ ସୁରକ୍ଷା ସମିତିରେ ବଡବିଲ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଯାତ୍ରୀ ନାଏକ, ସୋୟାବାଲିର ଜୟନ୍ତି ପାତ୍ର, ଅର୍ଜୁନ ସୋରେନ, ଜନ୍ମଜୟ ପାତ୍ର, ସୁରେଶ ପାତ୍ର, ଚନ୍ଦ୍ରଗୁପ୍ତ ପ୍ରସାଦଙ୍କ ସମେତ ୧୧୭ ଜଣ ସଦସ୍ୟ ସୁରକ୍ଷା ସମିତି ସହିତ ନିଜର ସହମତି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.