Home ଓଡ଼ିଶା ଯୋଡା : ଗରିବଙ୍କ ମୁହଁରେ ଆହାର ଦେଉଛି ୱାର୍ଲଡ ଭିଜନ

ଯୋଡା : ଗରିବଙ୍କ ମୁହଁରେ ଆହାର ଦେଉଛି ୱାର୍ଲଡ ଭିଜନ

118

ଯୋଡା, ୧୩ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ ଘୋଷଣା ହେବା ପରେ ବିଭିନ୍ନ ସ୍ଥାନରୁ ଅଣସଂଗଠିତ ଶ୍ରମିକ ଭାବେ ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା କେତେକ ଶ୍ରମିକ ନିଜ ଘରକୁ ଫେରିଯାଇପାରିନଥିଲେ । ଭଡା ଘରେ ରହି ସେମାନେ ଦୀନ ମଜୁରିଆ ଭାବେ ବିଭିନ୍ନ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ବନ୍ଦ ଯୋଗୁଁ କାମ ଧନ୍ଦା ହରାଇ ଘରେ ବସିରହିଛନ୍ତି । ସେମାନଙ୍କ ନିକଟରେ ରନ୍ଧନ ଗ୍ୟାସ ନଥିବା ବେଳେ ଜାଳେଣି କାଠର ଅଭାବ ଯୋଗୁଁ ରୋଷେଇ କରିବା ସମ୍ଭବପର ହୋଇନଥିଲା । ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ କୌଣସି ବ୍ୟବସ୍ତା ନଥିବା ବେଳେ ସେମାନେ ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହୋଇପଡିଥିଲେ । ସରକାର ବିଧବା, ଭିନ୍ନକ୍ଷମ, ବୃଦ୍ଧ-ବୃଦ୍ଧା ମାନଙ୍କୁ ୪ମାସର ଭତ୍ତା, ରାସନ କାର୍ଡ ଧାରୀଙ୍କୁ ତିନି ମାସର ଚାଉଳ ଏବଂ ନଗଦ ୧ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା କରିଥିବା ବେଳେ ଏହି ଶ୍ରମିକମାନଙ୍କ ପାଇଁ ସରକାରଙ୍କ କୌଣସି ବ୍ୟବସ୍ଥା ନଥିଲା । ଏହି ସମୟରେ ଦି ୱାର୍ଲଡ ଭିଜନ ଟ୍ରଷ୍ଟ ନାମକ ସାମାଜିକ ସଂସ୍ଥା ଏହି ଗରିବ ମାନଙ୍କ ମୁହଁରେ ଆହାର ଯୋଗାଇଦେଇଆସୁଛି । ଚଳିତ ଅପ୍ରେଲ ମାସ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୈନିକ ୪୫୦ ଜଣଙ୍କ ନିମନ୍ତେ ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରି ଯୋଡା ପୌରପାଳିକାର ପ୍ରତ୍ୟେକ ୱାର୍ଡରେ ରହିଥିବା ଏହି ଧରଣଙ୍କ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଯୋଗାଇଦେଇଆସୁଛନ୍ତି । ନିରବିଚ୍ଛିନ୍ନ ଭାବରେ ଏହି ସାମାଜିକ ସଂସ୍ଥା ଏହା ତୁଲାଇଆସୁଥିବା ବେଳେ ଏହାକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି । ସଂସ୍ଥା ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ନିଜର ଉଦ୍ୟମ ବଳରେ ଏହା ଚଳାଇଆସୁଥିବା ବେଳେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ସଂସ୍ଥା ଗରିବ ଲୋକଙ୍କ ସାହା ଭରସା ପାଲଟିଛି । ଏହି ସଂସ୍ଥାର କର୍ମକର୍ତ୍ତାମାନେ ବଡ ଉତ୍ସାହର ସହ ଏହି ସାମାଜିକ ଦାୟିତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.