Home Coronavirus Outbreak ଖଣ୍ଡପଡ଼ା ଓ ଚାନ୍ଦପୁରରେ କୋଭିଡ୍‌ ୧୯ ହସ୍‌ପିଟାଲ

ଖଣ୍ଡପଡ଼ା ଓ ଚାନ୍ଦପୁରରେ କୋଭିଡ୍‌ ୧୯ ହସ୍‌ପିଟାଲ

95

ନୟାଗଡ଼, ୧୩ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କରୋନା ସଂକ୍ରମଣକୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲାର ଖଣ୍ଡପଡ଼ା ଓ ରଣପୁରର ଚାନ୍ଦପୁରଠାରେ କୋଭିଡ୍‌୧୯ ହସପିଟାଲ ନିର୍ମାଣ କାର୍ଯ୍ୟ ଜରୁରିକାଳୀନ ଭିତ୍ତିରେ ଚାଲିଛି। ଖଣ୍ଡପଡ଼ା ଉପକଣ୍ଠରେ ନିର୍ମାଣ ହୋଇଥିବା ମାତୃ ଓ ଶିଶୁ ଚିକିତ୍ସାଳୟରେ ୮୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌୧୯ ହସପିଟାଲ କାର୍ଯ୍ୟକ୍ଷମ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ରଣପୁର ବ୍ଳକ ଚାନ୍ଦପୁର ଠାରେ ଥିବା ବସନ୍ତ ମଞ୍ଜରୀ ଜେନେରାଲ ହସପିଟାଲକୁ ୨ଶହ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଦୁଇ ହସପିଟାଲରେ କେବଳ କରୋନା ରୋଗୀମାନେ ଚିକିତ୍ସିତ ହେବାକୁ ଥିବାବେଳେ ଏଠାରେ ରୋଗୀମାନଙ୍କର ସ୍ୱାବ ପରୀକ୍ଷା ଏବଂ ଆଇସୋଲେସନ ଓ କ୍ୱାରେଂଟାଇନ ୱାର୍ଡ଼ର ବ୍ୟବସ୍ଥା ମଧ୍ୟ ରହିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.