Home କେନ୍ଦୁଝର ଯୋଡା : ଖଣି କମ୍ପାନୀ ସହ ଜିଲା ଅଧିକାରୀମାନଙ୍କର ଉଚ୍ଚ ସ୍ଥରୀୟ ବୈଠକ

ଯୋଡା : ଖଣି କମ୍ପାନୀ ସହ ଜିଲା ଅଧିକାରୀମାନଙ୍କର ଉଚ୍ଚ ସ୍ଥରୀୟ ବୈଠକ

52

ଯୋଡା, ୭ା୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ପୂର୍ବାହ୍ନରେ ଯୋଡା ପୌରପାଳିକା ସଭାଗୃହରେ ଖଣି କମ୍ପାନୀମାନଙ୍କ ସହ ଜିଲା ପ୍ରଶାସନୀକ ଅଧିକାରୀମାନଙ୍କ ଏକ ଉଚ୍ଚସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟିରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଉପଜିଲାପାଳ ପ୍ରତାପ ପ୍ରୀତିମୟ, ବଡବିଲ ତହସିଲଦାର ଆଲୋକ ପଟେଲ, ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ଭୂଷଣ ବେହେରା, ଖଣି ଉପନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ, ଆଞ୍ଚଳିକ ପ୍ରଦୁଷଣ ବୋର୍ଡର ଅଧିକାରୀ, ଯୋଡା-ବାମେବାରୀ-ବଡବିଲ ଥାନା ଅଧିକାରୀ, ଅତିରିକ୍ତ ଆଞ୍ଚଳିକ ଅଧିକାରୀ, ବନ ଅଧିକାରୀ, ରେଳ ବିଭାଗ ଅଧିକାରୀଙ୍କ ସହିତ ବିଭିନ୍ନ ଖଣି କମ୍ପାନୀର କର୍ତ୍ତୁପକ୍ଷମାନେ ଉପସ୍ଥିତ ରହିଥିଲେ। ଏହି ୬୮ତମ ଜିଲାସ୍ଥରୀୟ ଟାକ୍ସଫୋର୍ସ ବୈଠକରେ ବଡବିଲ ଠାରେ ଇଡକଲ ପକ୍ଷରୁ ଏକ ଟାୱାର ନିର୍ମାଣ ନିମନ୍ତେ ପ୍ରସ୍ଥାବ ରଖାଯାଇଥିଲା। ଏହି ଟାୱାରର ନିର୍ମାଣ ନିମନ୍ତେ ସବୁ ଖଣି କମ୍ପାନୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ପ୍ରଥମ ବୈଠକରେ ଏ ସଂକ୍ରାନ୍ତରେ ବିଷଦ ଆଲୋଚନା କରାଯାଇଥିବା ବେଳେ ଦ୍ୱିତୀୟ ବୈଠକରେ ଗତ ବର୍ଷ ଅଗଷ୍ଟ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ଜିଲାସ୍ଥରୀୟ ଟାକ୍ସଫୋର୍ଟ ବଲାଣିସ୍ଥିତ ସେଲ ଖଣି, ଟାଟା କମ୍ପାନୀଙ୍କ କାଟାମାଟି ଲୌହ ଖଣି, ଖଣ୍ଡବନ୍ଧ ଲୌହ ଖଣି, ପୂର୍ବ ଯୋଡା ଲୌହ ଖଣି, ଓଏମ୍‌ସିଙ୍କ ତିରିଙ୍ଗ ପାହାଡ ଲୌହ ଖଣି, ତାରିଣୀ ପ୍ରସାଦ ମହାନ୍ତିଙ୍କ ନଈବୁଗା ଲୌହ ଖଣି ପରିଦର୍ଶନ କରି ସରକାରଙ୍କ ନିକଟରେ ଏହାର ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ସମୟରେ ବାଲଣିରେ ଅବସ୍ଥିତ ସେଲ କମ୍ପାନୀ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜ ବ୍ୟବସ୍ଥା ଏବଂ ଅନ୍ୟ କେତେ ଗୁଡିଏ ଆନୁସଙ୍ଗିକ ବ୍ୟବସ୍ଥା କରିନଥିବାରୁ ଜିଲାପାଳ କାରଣଦର୍ଶାଅ ନୋଟିସ୍ ଜାରି କରିବା ପାଇଁ ଯୋଡା ଖଣି ଉପନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହି ବୈଠକ ସମୟରେ ଖଣି ଚୋରିକୁ ରୋକିବା ପାଇଁ ବିଭିନ୍ନ ରେଳ ସାଇଡିଂରେ ସ୍ୱୟଂ ଚାଳିତ ବୈଦ୍ୟୁତିକ ପଦ୍ଧତି ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ଦିଆଯାଇଥିଲା। ବିଭିନ୍ନ ଖଣି ସଂଲଗ୍ନ ଗ୍ରାମ ଗୁଡିକରେ ପ୍ରଦୁଷଣ ରୋକିବା ପାଇଁ ଖଣି କମ୍ପାନୀମାନେ ପାରିପାର୍ଶ୍ୱିକ ଉନ୍ନୟନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଖଣିରେ ପ୍ରଦୁଷଣ ରୋକିବା ପାଇଁ ପରିବହନ ନିମନ୍ତେ ବ୍ୟବହୃତ ଟ୍ରକ ଗୁଡିକର ଟାୟାର ଧୋଇବା ପାଇଁ ବ୍ୟବସ୍ଥା କରିବା ପାଇଁ ଖଣି ମାଲିକମାନଙ୍କୁ ପରାମର୍ଶନ ଦିଆଯାଇଥିଲା। ବିଭିନ୍ନ ଖଣି ଗୁଡିକରେ ହାତୀ ଚଳ ପ୍ରଚଳ ଅଞ୍ଚଳକୁ ଚିହ୍ନଟ କରାଯାଇ ଉକ୍ତ ସ୍ଥାନରେ ଭାରିଯାନ ଚଳପ୍ରଚଳକୁ ନିୟନ୍ତ୍ରଣ କରିବା ପାଇଁ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.