Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ଯୱାନ ଓ ଖେଳ ଶିକ୍ଷକଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା

ଅବସରପ୍ରାପ୍ତ ଯୱାନ ଓ ଖେଳ ଶିକ୍ଷକଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା

51

ନୟାଗଡ/୦୭/୦୭(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚାନ୍ଦପୁର ଥାନା ମୁକ୍ତାପୁର ଗ୍ରାମର ମଧୂସୁଦନ ପାଲଟାସିଂ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ। ସେ ଅବସର ରେ ଆଣ୍ଡାମାନ ରେ ସୁରକ୍ଷାକର୍ମୀ ହିସାବ ରେ କାର୍ଯ୍ୟ କରୁଥିଲେ। ପାରିବାରିକ ଅଶାନ୍ତି ଯୋଗୁଁ ସେ ଆତ୍ମହତ୍ୟା କରିବା ପରେ ତାଙ୍କର ମର ଶରୀର ଜୁଲାଇ ୩ ତାରିଖ ରାତି ୨ ଟା ସମୟରେ ଚାନ୍ଦପୁର ଥାନା ମୁକ୍ତାପୁର ଗ୍ରାମରେ ପହଂଚି ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।

ଶେଷକୃତ୍ୟ ସମୟରେ ସେହିଗ୍ରାମର ଅବସରପ୍ରାପ୍ତ ଖେଳ ଶିକ୍ଷକ ସର୍ବେଶ୍ୱର ପଲେଇ (୬୨) ଉପସ୍ଥିତ ଥିଲେ। ଶେଷକୃତ୍ୟ ପରେ ଘରକୁ ଫେରି ଶୟନ କରିଥିଲେ। ସକାଳୁ ଆଉ ନଉଠିବାରୁ ପରିବାର ଲୋକେ ଡାକ୍ତରଖାନା କୁ ନେବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ହୃଦଘାତ ହୋଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ଅବସରପ୍ରାପ୍ତ ଯୱାନ ମଧୂସୁଦନ ପାଲଟାସିଂ ଙ୍କ ପାରିବାରିକ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା ଓ ଅବସରପ୍ରାପ୍ତ ଖେଳ ଶିକ୍ଷକ ସର୍ବେଶ୍ୱର ପଲେଇ ଙ୍କ ହୃଦଘାତ ଜନିତ ମୃତ୍ୟୁ ପଞ୍ଚାୟତ ସାରା ଶୋକର ଛାୟା ଖେଳାଇ ଦେଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.