Home ଓଡ଼ିଶା ଯୋଡା : ଖଣିଜ ଚୋରା କାରବାର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଯୋଡା : ଖଣିଜ ଚୋରା କାରବାର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

148

ଯୋଡା, ୨୦ା ୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି ମଣ୍ଡଳ ଅଧିନ ଇଙ୍ଗାଣୀ ଝରଣସ୍ଥିତ ବି.ସି. ଦେବଙ୍କ ଲୌହ ଓ ମାଙ୍ଗାନିଜ ଖଣିରୁ ବୁଧୁବାର ରାତିରେ ଏକ ହାଇୱାରେ ଚୋରା ଲୁହାପଥର ବୋଝେଇ ହେଉଥିବା ସମୟରେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ସେଠାରେ ଚଢାଉ କରିଥିଲା । ଅନ୍ଧକାରର ସୁଯୋଗରେ ଦୁର୍ବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ସମ୍ପୃକ୍ତ ହାଇୱା ଏବଂ ଏହି ମାଫିଆ ମାନଙ୍କୁ ମୋଟରସାଇକେଲ ଯୋଗେ ସୁରକ୍ଷା ଯୋଗାଉଥିବା ଯୋଡା ମଙ୍ଗଳା ମନ୍ଦିର ରଞ୍ଜନ ପାନକୁ ଅଟକ ରଖିବା ସହ ତାର ମୋଟରାସଇକେଲ ଜବତ କରିଥିଲା । ତେବେ ପଚରା ଉଚରା ପରେ ପୁଲିସ ଶୁକ୍ରବାର ତାକୁ କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.