Home ଓଡ଼ିଶା ଯୋଡା : କାଟାମାଟୀ ଖଣି ପରିବହନରୁ ଅବୈଧ ଅସୁଲି

ଯୋଡା : କାଟାମାଟୀ ଖଣି ପରିବହନରୁ ଅବୈଧ ଅସୁଲି

282

ାା ଯୋଡା, ୧୯/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦେଓଝର ପଞ୍ଚାୟତ ଅନ୍ତର୍ଗତ ମୁର୍ଗାମହାଦେବସ୍ଥିତ କାଟାମାଟି ଖଣିରୁ ପ୍ରତିମାସ ୫୦ ହଜାର ମେଟ୍ରିକ ଟନ୍ରୁ ଉର୍ଦ୍ଧ ଲୁହାପଥର କଳିଙ୍ଗ ନଗର କାରଖାନାକୁ ୧୪ ଚକିଆ ଭାରିଯାନ ମାଧ୍ୟମରେ ପରିବହନ କରାଯାଇଥାଏ । ଏହି ପରିବହନରେ ମୁର୍ଗା ଠାରୁ ୯ କି.ମି. ଦୁରରେ ଅବସ୍ଥିତ ବିଲେଇପଦା ଅଞ୍ଚଳର କେତେକ ଅସାମାଜିକ ବ୍ୟକ୍ତି ହଜାର ହଜାର ଟଙ୍କା ଟ୍ରକ ମାଲିକମାନଙ୍କୁ ଧମକ ଚମକ ଦେଇ ଅବୈଧ ଉପାୟରେ ଅସୁଲ କରୁଥିବା ନେଇ ମୁର୍ଗା ମହାଦେବ ଅଞ୍ଚଳର କେତେକ ଶିକ୍ଷୀତ ବେକାରୀ ଆଦିବାସୀ ଯୁବକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଯୋଡା ଟ୍ରକ ମାଲିକ ସଂଘ ରେ ୧୨ ଚକିଆ ଟ୍ରକ ପଞ୍ଜିକୃତ ହେଉଥିବା ବେଳେ ୧୪ ଚକିଆ ଟ୍ରକକୁ ସଦସ୍ୟତା ନିମନ୍ତେ ଅନୁମତି ମିଳିନଥାଏ । ତେବେ ଜିଲା ବାହାରର କେତେକ ଟ୍ରକ ଏହି ଖଣିରୁ ପରିବହନ ନିମନ୍ତେ ଟ୍ରକ ପିଛା ହଜାର ଟଙ୍କା ଲେଖାଁ ଅବୈଧ ଆଦାୟ କରାଯାଉଥିବା ସହିତ ଟ୍ରକ ମାଲିକ ସଂଘର ଅନୁମୋଦନ ଚିଠା ନିମନ୍ତେ ୨ଶହ ଟଙ୍କା ଟ୍ରକ ପିଛା ଆଦାୟ କରାଯାଇ ସଂଘର ରସିଦ୍ ଦିଆଯାଇଥାଏ । ଏହି ଖଣିରେ ନିୟୋଜିକ ପରିବହନ ଠିକାଦାରଙ୍କ ଠାରୁ ମଧ୍ୟ ଟନ୍ ପିଛା ୧୮ ଟଙ୍କା ଦାଦାବଟି ବାବଦକୁ ସଂଘର କେତେ ଜଣ କର୍ମକର୍ତ୍ତା ଆଦାୟ କରୁଥିବା ବେଳେ ଅନ୍ୟ ଜଣେ ନିଜକୁ ଶାସକ ଦଳର ଟାଣୁଆ ନେତା କହି ଟନ୍ ପ୍ରତି ୧୦ ଟଙ୍କା ଆଦାୟ କରିଥାନ୍ତି । ନିୟମ ଅନୁଯାୟୀ ପରିବହନ ଠିକାଦାର ଟ୍ରିକ ଗୁଡିକୁ ଲୋଡିଂ ସ୍ଲିପ୍ ଦେବାର ପ୍ରାବଧାନ ଥିବା ବେଳେ କେତେକ ମୁଷ୍ଟିମେୟ ବ୍ୟକ୍ତି ଠିକାଦାରଙ୍କ ଠାରୁ ଲୋଡିଂ ସ୍ଲିପ୍ ନିଜ ଅକ୍ତିଆରକୁ ନେଇ ଟ୍ରକ ଗୁଡିକୁ ପରିବହନ ଅନୁମତି ଦେଇଥାନ୍ତି । ଏହି ଅବୈଧ ଅର୍ଥ ଆଦାୟରେ କେତେକ ଅସାମାଜିକ ବ୍ୟକ୍ତି ସମ୍ପୃକ୍ତ ରହୁଥିବା ବେଳେ ଏହି ଉପାୟରେ ଦୈନିକ ଲକ୍ଷାଧିକ ଟଙ୍କା ଅବୈଧ ଅସୁଲି ହୋଇଥାଏ । ତେବେ ଏହି ଖଣି ଦ୍ୱାରା ପ୍ରଭାବିତ ଦେଓଝର ପଞ୍ଚାୟତର କେତେକ ଶିକ୍ଷୀତ ଆଦିବାସୀ ଯୁବକ କାମଧନ୍ଦା ନପାଇ ଦୁର୍ଦ୍ଦିିନରେ ଦିନ କାଟୁଥିବା ବେଳେ ଏ ନେଇ ସେମାନେ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ପାଇଁ ବାରମ୍ବାର କମ୍ପାନୀ ଫାଟକ ନିକଟରେ ଆନେ୍ଦାଳନ, ଧର୍ମଘଟ କରିଆସୁଥିଲେ ମଧ୍ୟ କମ୍ପାନୀ ପ୍ରଶାସନ ମାଧ୍ୟମରେ ସେମାନଙ୍କ ସ୍ୱରକୁ ଚପାଇ ଦେବା ସହ କେତେକ ମୁଷ୍ଟିମେୟ ରାଜନେତାଙ୍କ ମାଧ୍ୟମରେ ଏହି ଅବୈଧ କାରବାରକୁ ପ୍ରୋତ୍ସାହିତ କରିଆସୁଛି ବୋଲି ମୁର୍ଗା ଗ୍ରାମର କିଶାନ ମୁଣ୍ଡା, ପ୍ରଦୀପ ପଟ୍ଟନାଏକ, ରାଜୁ ବେହେରା, ଯୁଧିଷ୍ଟୀର ବେହେରା, ରାଜୁ ପାତ୍ର ପ୍ରମୁଖ କେତେକ ଯୁବକ ଅଭିଯୋଗ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.