Home ଓଡ଼ିଶା ଯୋଡା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡା ବ୍ଲକରେ କାର୍ଯ୍ୟରତ ଟେକ୍ନିକାଲ କନସଲଟାଣ୍ଟ...

ଯୋଡା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡା ବ୍ଲକରେ କାର୍ଯ୍ୟରତ ଟେକ୍ନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

286

ଯୋଡା, ୧୦ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଭିଜିଲାନ୍ସ ଜାଲରେ ଯୋଡ଼ା ବ୍ଲକ ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ କେନ୍ଦୁଝର ପଵିତ୍ରଡ଼ିହା ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଛି । ଏହା ସହ ତାଙ୍କ ଯୋଡ଼ାସ୍ଥିତ କାର୍ଯ୍ୟାଳୟ, ରଘୁନାଥପୁର ପୈତୃକ ବାସଭବନ ଓ ଜଯପସି ଠାରେ ଥିବା ଶ୍ବଶୁର ଘର ସହ କେନ୍ଦୁଝର ସହର ପବିତ୍ର ଡିହା ଶ୍ରୀ ବିହାରସ୍ଥିତ ବାସଭବନରେ ଚଢ଼ାଉ ଚାଲିଛି । ସୂଚନାରୁ ପ୍ରକାଶ ଯେ କ୍ଷେତ୍ରବାସୀଙ୍କ ନାଁରେ ଦୀର୍ଘଦିନ ଧରି ଆୟ ବହିର୍ଭୁତ ନେଇ ଅଭିଯୋଗ ହୋଇ ଆସୁଥିଲା । ତାଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଠାରେ ଚଢ଼ାଉ ପରେ ଅଧିକ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.