Home ଜିଲ୍ଲା ପରିକ୍ରମା ଛାତ୍ର କଂଗ୍ରେସର ପ୍ରସ୍ତାବିତ ରେଳରୋକୋ ପ୍ରଶାସନିକ ଆଲୋଚନା ପରେ ସ୍ଥଗିତ

ଛାତ୍ର କଂଗ୍ରେସର ପ୍ରସ୍ତାବିତ ରେଳରୋକୋ ପ୍ରଶାସନିକ ଆଲୋଚନା ପରେ ସ୍ଥଗିତ

28

୧ ମାସ ମଧ୍ୟରେ ଦାବି ପୂରଣ ନ ହେଲେ ବିନା ସୂଚନାରେ ହେବ ଆନ୍ଦୋଳନ
ଭଦ୍ରକ, ୯ା୮ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ୫ ଦଫା ଦାବି ନେଇ ଏକ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ୧୦ ତାରିଖ ଧାମରା ରେଳପଥର ଗୁରୁଦାସପୁର ରେଳ ଷ୍ଟେସନଠାରେ ରେଳରୋକୋ କରାଯିବା ନିମନ୍ତେ ଧମକ ଦିଆ ଯାଇଥିଲା। ଦାବି ଗୁଡିକ ମଧ୍ୟରେ ଧାମରା ବନ୍ଦରରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପ୍ରଦାନ, ଧାମରା ରେଳପଥ ପାଶ୍ୱର୍ରେ ଜମି ଭତ୍ତି ହୋଇରହୁଥିବା ପାଣିର ସୁ ନିଷ୍କାସନ, ଜିଲ୍ଲା ତଥା ରେଳ ଧାରଣାର ଉଭୟ ପାଶ୍ୱର୍ରେ ବ୍ୟାପକ ବନୀକରଣ, ବନ୍ଦର ତଥା ଜିଲ୍ଲାରେ ପାରିପାଶ୍ୱିର୍କ ଉନ୍ନତି ଏବଂ ଭଦ୍ରକ ସହରକୁ ସୌନ୍ଦର୍ଯ୍ୟକରଣ କରାଯିବା ସମ୍ପର୍କରେ ଦାବି ଉପସ୍ଥାପନ କରାଯାଇଥିଲା। ତେବେ ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଗୁରୁତ୍ୱର ସହ ବିଚାରକୁ ନେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁସୂଦନ ଦାସଙ୍କୁ ଏହାର ଆଲୋଚନା ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଛାତ୍ର କଂଗ୍ରେସର ସଭାପତି ସୌମ୍ୟରଂଜନ ବାରିକ, ଯୁବନେତା ହେମନ୍ତ କୁମାର ମହାପାତ୍ର, ସତ୍ୟନାରାୟଣ ପୁହାଣ, ସେକ ବବି, ପ୍ରଫୁଲ୍ଳ ପୃଷ୍ଟି, ଡିଆଇବି ଡିଏସ୍‌ପି କମଳ ଲୋଚନ ଭୁୟାଁ, ତହସିଲଦାର ଭଦ୍ରକ ନବକୃଷ୍ଣ ଜେନା, ଡେପୁଟି କଲେକ୍ଟର ଜୁଡିସିଆଲ, ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ, ଚାନ୍ଦବାଲିର ଅତିରିକ୍ତ ତହସିଲଦାର, ଧାମରା ପୋର୍ଟ କମ୍ପାନୀ ପକ୍ଷରୁ ଜଗତ ପରିଜା ଓ ସୁଭାଶିଷ ମିଶ୍ରଙ୍କ ଜିଲ୍ଳାପାଳଙ୍କ ସାଳନ୍ଦୀ ସଭାଗୃହରେ ଆଲୋଚନା କରି ୪ଟି ଦାବିକୁ ମାନି ନେଇଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ଦିଆଯାଇଥିବା ଧାମରା ବନ୍ଦର କମ୍ପାନୀ ପକ୍ଷରୁ ତଥ୍ୟ ଭୁଲ ଥିବା ନେଇ ଛାତ୍ରନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଧାମରା ବନ୍ଦର କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁଯାୟୀ ମୋଟ ୪୦୩୭ ଜଣଙ୍କ ମଧ୍ୟରୁ ୩୩୯୩ ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ଯାହା ସମ୍ପୂର୍ଣ୍ଣ ଅବିଶ୍ୱାସର କଥା। ନିଯୁକ୍ତିିକୁ ନେଇ ବନ୍ଦର ପକ୍ଷରୁ ସ୍ୱତନ୍ତ୍ର ସ୍ପଷ୍ଟିକରଣ ପ୍ରଦାନ କରିବା ସହିତ ବନୀକରଣ, ଜଳ ନିଷ୍କାସନ, ଭଦ୍ରକ ସହରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଯଦି ଆଗାମୀ ୧ ମାସ ମଧ୍ୟରେ ଆରମ୍ଭ ନ ହୁଏ, ତେବେ ୧ ମାସ ପରେ ବିନା ସୂଚନାରେ ଆନ୍ଦୋଳନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.