Home ଓଡ଼ିଶା ଯୋଡା ଆହାର କେନ୍ଦ୍ରକୁ ମିଳିଲା ଆଇଏସ୍ଓ ର ମାନ୍ୟତା

ଯୋଡା ଆହାର କେନ୍ଦ୍ରକୁ ମିଳିଲା ଆଇଏସ୍ଓ ର ମାନ୍ୟତା

486

ାା ଯୋଡା, ୨୫/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ଯୋଡା ପୌର ପାଳିକାରେ ରହିଛି ୨ଟି ଆହାର କେନ୍ଦ୍ର । ଗୋଟିଏ ୧ନଂ ୱାର୍ଡସ୍ଥିତ ଶାସ୍ତ୍ରୀ ନଗରଠାରେ ଏବଂ ଅନ୍ୟଟି ୯ନଂ ୱାର୍ଡ କମାରଯୋଡାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ । ସମସ୍ତଙ୍କ ପାଇଁ ଆହାର ଯୋଜନାରେ ଦରକାରୀ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ସୁଲଭ ମୂଲ୍ୟରେ ଯୋଗାଇ ଦିଆଉଥିବା ଏହି ଆହାର କେନ୍ଦ୍ର ଦୁଇଟିକୁ ଏବେ ମିଳିଛି ଆଇଏସ୍ଓ ୯୦୦୧:୨୦୧୫ର ମାନ୍ୟତା । ନୂଆଦିଲ୍ଲୀସ୍ଥିତ ଇଣ୍ଟର ନ୍ୟାସନାଲ ଆକୁ୍ୟରେଟ ସାର୍ଟିଫିକେସନ୍ ସଂସ୍ଥା ପକ୍ଷରୁ ଶୁକ୍ରବାର ଦିନ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଉତ୍ତମ ମାନର ଖାଦ୍ୟ ସହିତ ସୁଚାରୁ ପରିଚାଳନା ନିମନ୍ତେ ଏହି ପ୍ରମାଣ ପତ୍ର ଯୋଡା ପୌରପାଳିକାରୁ ମିଳିଥିବା ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.